STORYMIRROR

ମୁକ୍ତିରାଣୀ ଦେବତା

Inspirational

4  

ମୁକ୍ତିରାଣୀ ଦେବତା

Inspirational

ମାତୃବ୍ୟଥା

ମାତୃବ୍ୟଥା

1 min
16


ଉତ୍କଳ ଭୂମିର ନବୀନ ସନ୍ତାନ 

ଜାଗରିତ ହୁଅ ଆଜି 

ଭାଷା ସାଜିଅଛି ଅଭାଗିନୀ ପୁଣି

ଲାଗିଛି ତାହାର ବାଜି ।। 

 

ହତଶ୍ରୀ ହୋଇଣ ଶ୍ରୀହୀନ ଦିଶଇ

ଅସ୍ତିତ୍ବ ଲୋଟଇ ତା'ର 

ଭାଷାନ୍ତର ଏଠି ରାଜତ୍ବ କରଇ

ଉତ୍କଳେ ତୋଳାଇ ଘର ।। 


ମାତୃଭାଷା ମୋର ରୋଦନ କରୁଛି 

ନିତ୍ଯ ହୁଏ ବଳାତ୍କାର

ତିଳେହେଁ ନଥାଏ ଶୋଚନା କାହାରି  

ଜାଗେନି ବିଦ୍ରୋହ ସ୍ବର ।। 


ଜନନୀର କୋଳ ବିସ୍ମରେ ଅବୋଧ

ବିମାତାର ପାର୍ଶ୍ବେ ମନ  

ହିନ୍ଦୀ ଇଂରାଜୀର କ୍ରୀତଦାସ ସାଜି

ବାଣ୍ଟୁଛି ବିଦେଶୀ ଜ୍ଞାନ ।।


ଲଜ୍ଜାହୀନ ହୋଇ ବିଚରଣ କରେ 

ସଗର୍ବେ ଉଠାଇ ମଥା 

ବୋଧଶକ୍ତି ଯେବେ ଉନ୍ମୀଳିତ ହେବ

ଜ୍ଞାତହେବ ମାତୃବ୍ୟଥା ।। 


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational