STORYMIRROR

ମୁକ୍ତିରାଣୀ ଦେବତା

Inspirational

3  

ମୁକ୍ତିରାଣୀ ଦେବତା

Inspirational

ଅପରାଜିତା

ଅପରାଜିତା

1 min
11


ଅନନ୍ୟା ଅନୁପମା ନାହିଁ ଯାର ଉପମା

ସ୍ନେହମୟୀ ପ୍ରେମମୟୀ ଧନ୍ଯ ତା'ର ଗାରିମା

ଜାୟା ରୂପେ ପ୍ରୀତିମୟୀ ପ୍ରଣୟର ଦେବୀ

ଜନନୀ ସ୍ୱରୂପେ ସିଏ ସାଜିଥାଏ ସେବୀ ।।


ଭ୍ରାତା ଲାଗି ଭଗିନୀର ନାହିଁ ପଟାନ୍ତର 

ନାନା ରୂପେ ଅବତରୀ ଘଟେ ରୂପାନ୍ତର

ବିଜୟିନୀ ମୋହିନୀ ସେ ଜଗତର ଜିତା 

ମନ ତା'ର ଗଙ୍ଗାଝର ପୁରାଣର ଗୀତା ।।


ଓଠରୁ ଝରଇ ସଦା ମମତାର ମଧୁ 

ଗୃହର ସେ ଗୃହଲକ୍ଷ୍ମୀ ଅଟେ କୁଳବଧୂ 

ଅହ୍ୟସୁଲକ୍ଷଣୀ ସାଜି ଜଳେ ତା'ର ଜୁଇ 

ମହୀମଣ୍ଡଳରେ ସତେ ତା'ପରି କେ ନାହିଁ ।।


ଲାଞ୍ଛିତ ବଞ୍ଚିତ ହୋଇ ବିତୁଥାଏ ଦିନ 

ସୁମନଠୁ ସୁକୁମାରୀ ଅଟେ ତା'ର ମନ 

କଷଣ ତା' କପାଳରେ ହୋଇଅଛି ଲେଖା 

ଗଢ଼ିଅଛି କେଉଁ ବିହି ନାରୀ ଭାଗ୍ୟରେଖା ।।


ମୋହମାୟା ବନ୍ଧନରେ ଆବଦ୍ଧ ସେ ସାଜେ 

ନିବସ୍ତ୍ର ହୋଇଣ ପୁଣି ଶୋଣିତରେ ଭିଜେ 

ସଂଘର୍ଷମୟ ଯେ ଅଟେ ଜୀବନର ରୀତି

ନିର୍ମଳ ତା' ହୃଦୟରେ ଅସରନ୍ତି ପ୍ରୀତି ।।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational