STORYMIRROR

ମୁକ୍ତିରାଣୀ ଦେବତା

Inspirational

4  

ମୁକ୍ତିରାଣୀ ଦେବତା

Inspirational

ସର୍ବହରା

ସର୍ବହରା

1 min
20


ସର୍ବହରା ଆମେ ଅଟୁରେ ହୀନ

ବିହି ଯେ ଗଢ଼ିଛି ସଜାଇ ଦୀନ

ଉଦର ଜ୍ବାଳାରେ ଯାଉଛି ପ୍ରାଣ 

ଅତୀବ ଦୁରୂହ ପ୍ରତିଟି କ୍ଷଣ ।। 


ପୁଞ୍ଜିପତି ମୁଖେ କୁଟିଳ ହସ 

ସର୍ବହରା ଗୋଷ୍ଠୀ ପିଅନ୍ତି ବିଷ 

ଦାରିଦ୍ର୍ୟତା ଆମ କପାଳେ ଲେଖା 

ଅଦୃଷ୍ଟ ବିଧାତା ନଦିଏ ଦେଖା ।। 


ନିରନ୍ନ ହୋଇଣ ମରୁଛୁ ନିତି

କେତେ କାଳଖଣ୍ଡ ଯାଇଛି ବିତି 

ମଥାର ସ୍ୱେଦକୁ ତୁଣ୍ଡରେ ମାରି 

ଜୀବନ ଯୁଦ୍ଧରେ ଯାଇଛୁ ହାରି ।। 


ଆମରି ଶୋଣିତେ ଗଢ଼ା ଏ ସୃଷ୍ଟି 

ନେତ୍ରରୁ କ୍ଷରିତ ଲୋତକ ବୃଷ୍ଟି 

ନିଷ୍ପେଷିତ ସାଜି ତୋଳୁ ସଦନ

ହତଲକ୍ଷ୍ମା ଅଟେ ଆମ ବଦନ ।। 


ଅଲୋଡ଼ା ସାଜିଲୁ ସମାଜ ଲାଗି

ଧନୀକ ଶ୍ରେଣୀୟ ସାଜନ୍ତି ଭୋଗୀ 

ଯାତନା ଆମର ଘୁଞ୍ଚିବ ଯେବେ 

ବୈଷମ୍ୟତା ଭାବ ହଟିବ ସେବେ ।। 


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational