STORYMIRROR

Bidyadhar Mantry

Romance Classics Others

4  

Bidyadhar Mantry

Romance Classics Others

ପ୍ରେମିକା ଉର୍ବଶୀ

ପ୍ରେମିକା ଉର୍ବଶୀ

1 min
15


ନାରାୟଣଙ୍କ ଉରୁ ରୁ ସୃଷ୍ଟି ହେଲେ

ନାରୀ ଉର୍ବଶୀ ନାମରେ

ନୃତ୍ୟାଙ୍ଗନା ଭାବେ ହେଲେ ନିୟୋଜିତ

ଇନ୍ଦ୍ରଙ୍କ ଦେବ ସଭାରେ 

ସମସ୍ତ ଅପ୍ସରା ମଧ୍ୟରେ ଶ୍ରେଷ୍ଠତା

ଅତି ସୁନ୍ଦରୀ ଉର୍ବଶୀ

ନୟନର ଠାଣି ବାଣୀ ଲାଳିତ୍ୟ ରେ

ପୁରୁଷ ପ୍ରାଣ ପ୍ରେୟସୀ

ଉର୍ବଶୀ ଗମନ କରୁଥିବା ଦୃଶ୍ୟ

ଦେଖି ୠଷି ବିଭାଣ୍ଡକ

ସଞ୍ଜମୀ ଜୀବନ ହେଲା ଅଣାୟତ୍ତ

କାମ ବାସନା ଉଦ୍ରେକ

ସ୍ନାନ ରତ ଥାଇ ବୀର୍ଯର ସ୍ଖଳନ

କ୍ରମେ ହରିଣୀ ପିଇଲା

ସମୟ ଚକ୍ର ରେ ରୁଷ୍ୟଶୃଙ୍ଗ ନାମେ

ପୁତ୍ର ଜାତ ହୋଇ ଥିଲା ।


ଚିରସ୍ଥାୟୀ ଯୌବନର ମାଦକତା

ଉର୍ବଶୀ ଅପ୍ସରା ଅଙ୍ଗେ

ଯତି ର ବି ମତି ଭ୍ରମ ହୁଏ ଆପେ

କାମ ଭାବ ହୃଦେ ଜାଗେ

ଏକଦା ପୃଥିବୀ ଭ୍ରମଣ ବେଳରେ

ପୃଥିବୀ ର ଆକର୍ଷଣ

ଉର୍ବଶୀ ମନରେ ଛାପି ହୋଇଗଲା

ବିଚଳିତ ହେଲା ପ୍ରାଣ

ପୃଥିବୀ ରୁ ସ୍ଵର୍ଗ ଫେରିବା ସମୟେ

ଘଟି ଗଲା ଅଘଟଣ

ଏକ ଅସୁର କବଳରେ ସହଜେ

ହୋଇଲା ଅପହରଣ

ଯୋଦ୍ଧା ପୁରୁରୁବା ସେହି ସମୟରେ

କଲେ ଉର୍ବଶୀ ଉଦ୍ଧାର

ପ୍ରଥମ ସ୍ପର୍ଶ ପାଇ ଏକ ମାନବର

ଉର୍ବଶୀ ହେଲେ ବିଭୋର

ପରଷ୍ପର ପ୍ରତି ହେଲେ ଆକର୍ଷିତ

ମାତ୍ର ପ୍ରଥମ ଦେଖାରେ

ନିରୁପାୟ ଉର୍ବଶୀ ସୁଯୋଗ ଅଭାବେ 

ଫେରିଥିଲେ ସ୍ଵର୍ଗ ପୁରେ


ଲକ୍ଷ୍ମୀ ଭୂମିକାରେ ଅଭିନୟ ରତ

ଉର୍ବଶୀ ଙ୍କ ମତିଭ୍ରମ

ବିଷ୍ଣୁ ବଦଳରେ କଲେ ଉଚ୍ଚାରଣ

ପୁରୁରୁବାଙ୍କର ନାମ

କ୍ରୋଧରେ ଭରତ ମୁନି ନିର୍ଦ୍ଦେଶକ

ଦେଲେ କୃର ଅଭିଶାପ

ପୃଥିବୀ ଲୋକରେ ବସ ବାସ କରି

ସନ୍ତାନ କର ସଂକଳ୍ପ ।


ପୃଥିବୀ ଲୋକରେ ପୁରୁରୁବା ସହ

ରଖି ବିବାହ ପ୍ରସ୍ତାବ

କିଛି ସର୍ତ୍ତ ସହ ପୂରୁରୁବା ରାଜି

ହେଲେ ବିବାହ ସମ୍ଭବ

ଦୁଇଟି ଛେଳିର ସୁରକ୍ଷା ଦାୟିତ୍ବ

ସର୍ବଦା ଘିଅ ସେବନ

ଶାରୀରିକ ସମ୍ପର୍କ ବେଳେ ଉଲଗ୍ନ

ସର୍ତ୍ତ ହେଉ ପାଳନ

ସବୁ ସର୍ତ୍ତ ରକ୍ଷା ସହିତ ସମ୍ମତି

ପରେ ବିବାହ ସରିଲା

ସ୍ଵର୍ଗ ପୁରେ ଉର୍ବଶୀଙ୍କର ଅଭାବ

ପରିଲକ୍ଷିତ ବି ହେଲା


ଦେବତାଙ୍କ ମାୟା ରଚନା ଯୋଜନା

ସାର୍ଥକ ହେବା ନିମନ୍ତେ

ଗାନ୍ଧର୍ବଙ୍କ ଦ୍ଵାରା ଉର୍ବଶୀଙ୍କ ଛେଳି

ଚୋରି ହେଲା ସେହି ମତେ

ଅର୍ଧରାତ୍ର ସମୟରେ ଶୁଣାଗଲା

ଛେଳି ମାନଙ୍କ ରୋଦନ

ପୁରୁରୁବାଙ୍କୁ କହିଥିଲେ ଉର୍ବଶୀ

ରକ୍ଷାକର ଛେଳି ପ୍ରାଣ

ଉଲଗ୍ନ ଅବସ୍ଥାରେ ଉଠି ଯାଇଥିଲେ

ପୁରୁରୁବା ସେହି ବେଳେ

ସ୍ଵର୍ଗ ରୁ ବିଜୁଳି ଆଲୋକରେ ଦୁହେଁ

ଉଲଗ୍ନ ହେବା ଜାଣିଲେ

ସର୍ତ୍ତ ଭଙ୍ଗ ହେବା ଦେଖି ସେହି କ୍ଷଣେ

ସ୍ୱର୍ଗ ଫେରିଲେ ଉର୍ବଶୀ

ପୁରୂରୁବାଙ୍କର ସନ୍ତକ ସ୍ବରୂପ

ଗର୍ଭରେ ସନ୍ତାନ ଖୁସି

ଉର୍ବଶୀ ଉଦ୍ଧାର ହେଲେ ପୃଥିବୀ ରୁ

ଦୁଃଖିତ ଉର୍ବଶୀ ମନ

ଘଟଣା କ୍ରମରେ ଏକାଠି ଉଭୟେ

ପ୍ରେମ ରହିଲା ଅକ୍ଷୁର୍ଣ୍ଣ

ଧନ୍ୟ ଅପରାଜିତା ପ୍ରେମର ଧାରା

ପ୍ରେମ ହୋଇଛି ଅମର

ପ୍ରେମ ନିକଟରେ ଦେବତା ମଣିଷ

ନାହିଁ ବାଛ ଓ ବିଚାର ।








Rate this content
Log in

Similar oriya poem from Romance