ଦେଶୀ କମଳା
ଦେଶୀ କମଳା
ଗଛଟି ତାର ଭାରି ସୁନ୍ଦର ଉପରୁ
ତଳ କଣ୍ଟାରେ ଶାଲୁ ବାଲୁ
ପତ୍ର ତାର ମକଚି ଦେଲେ ମହକୁଥାଏ
ଖଣ୍ଡ ମଣ୍ଡଳ ସୁଗନ୍ଧିତ ଅତର ପରି
ଆହା ଅତର ପରି ।
ସୁଗନ୍ଧ ରେ ଆଜି ମହକି ଉଠିଲା ଘର
ଯେବେ ମୁଁ ତୋଳି ଆଣିଲି
ଘର ପଛପଟୁ ଦେଶୀ କମଳା ଫଳ
ଆହା ମହକି ଗଲା ଘର ।
ଛୋଟ ରୁ ବଡ ଛଡାଇ ଖାଇଲେ
ଜିଭକୁ ବୁଲାଇ ମାରି ଟାକରା
ଆହା ମିଠା କି ଥିଲା ତାର ବାସନା
ମହକୁ ଥିଲା ଘର ଅଗଣା ।
ସୁରଙ୍ଗୀ ନୁହେଁ ସେ ଦେଶୀ କମଳା
ଖାଇଲେ ଲାଗିଲା ଭାରି ମଜା
ଟେଷ୍ଟ ତାର ଖଟା ମିଠା ଲୁଣ ପାଣି
ସଙ୍ଗେ ଆହା କି ଭାରି ମଜା ।
ସୁରଙ୍ଗୀ ଖାଇଲେ ଲାଗଇ ମିଠା
ଦେଶୀ କମଳା ଯେ ଖଟା
ଏ କି କଥା ଦୁନିଆଁ କହୁଛି ଏ କାଳେ
ଦୁଇ ଜଣ ଯାକ ଏକା ।
ଉପକାର ତାଙ୍କ ଅମୂଲ ମୂଲ କହି
ହେବନାହିଁ ତାଙ୍କରି ଗୁଣ
ଗଛ ଦେଉଥାଏ ଶୀତଳ ଛାଇ
ଫଳ ଦେଉ ଥାଏ ରସ
ଏଇଯେ ଆମର ଦେଶୀ କମଳା ଗଛ ।