ସମୟର ସୁଅ
ସମୟର ସୁଅ
1 min
190
ଦିନ କଟିଯାଏ ବ୍ୟସ୍ତତା ଭିତରେ
ବାକି ରହିଯାଏ ରାତି
ମନ ସ୍ଥିର କରି ବସିଲା ବେଳକୁ
ନିଦ୍ରା ଆସୁଥାଏ ମାଡ଼ି ।
ସମୟ ଚକ୍ରରେ ନିଶ୍ବାସ ଚାଲିଛି
ବିଶ୍ବାସକୁ ସାଥୀ କରି
ରାତ୍ରି ସରିଯାଏ ସ୍ୱପ୍ନ ମହଲରେ
ନୂଆ ସକାଳ ଆସଇ ମାଡ଼ି ।
ଘଣ୍ଟା କଣ୍ଟା ଚାଲୁଥାଏ ଟିକ ଟିକ
ତାସଙ୍ଗେ ଚାଲେ ଦିନ
ସକାଳର ସୁରୁଜ ସଞ୍ଜକୁ ନଥାଏ
ଅନ୍ଧକାର ଆସେ ମାଡ଼ି ।
ଯୁଗ ସରିଯାଏ, ବର୍ଷ ସରିଯାଏ
ସରୁଛି ଏଠି ଦିନ ରାତି
ସମୟ କହୁଚି ରାଗ ଅଭିମାନ ଯାହା
ଅଛି ଭୁଲି ଯାଅ ବନ୍ଧୁ
ଜଣା ନାହିଁ ଆସନ୍ତାକାଲି କେ ଦେଖିଛି
ସମୟର ସୁଅ ଭାରି ବିଚିତ୍ର ଏ ।
