ଓଁ ଶ୍ରୀ ମା ସର୍ବମଙ୍ଗଳାଙ୍କ ସ୍ତୁତି
ଓଁ ଶ୍ରୀ ମା ସର୍ବମଙ୍ଗଳାଙ୍କ ସ୍ତୁତି
ମାଲୋ ମା ମଙ୍ଗଳା ବୁଢ଼ୀ............
କାକଟପୁରରେ ତୋର ନିଜଘର ଷୋଳସ୍ଥମ୍ୱେ କଲୁ ସ୍ଥାନ ।
ଅପୁତ୍ରିକ ନାରୀ ପୁତ୍ର ଦାନ ପାଏ, ଅନ୍ଧ ପାଏ ଚକ୍ଷୁଦାନ ।
ମାଗୋ ସର୍ବମଙ୍ଗଳା ।
କୂଳେ ଲଗାଅ ପ୍ରାଣୀଙ୍କ ଭେଳା ।।
ସଙ୍କଟ ତାରିଣୀ ବିପଦ ନାଶିନୀ ନାମ ଅଟଇ ତୋହର ।
ଯାର ସଙ୍କଟରେ ବିପଦପଡ଼ିଛି ମଙ୍ଗଳା ବାରେ ଉଦ୍ଧାର ।
ମାଗୋ ମହିଷାମର୍ଦ୍ଦିନି ।
ହେଳେ ଦନୁଜ ବଳ ନାଶିନି ।।
ଶିରରେ ସୁବର୍ଣ୍ଣ ମୁକୁଟ ଶୋଭିବ ଲଲାଟେ ଚିତା ସିନ୍ଦୂର ।
ରତ୍ନ ଓଡ଼ିଆଣୀ କଟିରେ ଖଞ୍ଜିଲେ ପାଦରେ ଶହେ ନୁପୂର ।
ମାଗୋ ସର୍ବସହଣୀ ।
ମଥାରେ ଶହେ ମଥାମଣି ।।
କଳାମେଘୀ ଶାଢ଼ୀ ପିନ୍ଧିଥାଉ ଭିଡ଼ି ତତେ ଦିଶଇ ସୁନ୍ଦର ।
ରଙ୍ଗ ପୁଷ୍ପମାଳ ଗଳାରେ ଲମ୍ବିଛି ପୁଣି ଚପସରି ମାଳ ।
ମାଗୋ ହିମ ଦୁଲଣୀ ।
ଲୋକନାଥଙ୍କର ପାଟରାଣୀ ।।
ସିଂହ ଯେ ଶାରଳା ବୋଲାଉ ଯାଜପୁର ବିରଜାଇ ।
ମାଗୋ ଦୟା ସାଗରୀ ।
ଦୟନକଲେ ମୁଁ ଗଲି ସରି ।।
କଟକରେ ସୁପ୍ରତିଷ୍ଟ ଚଣ୍ଡୀନାମ କାକଟପୁରେ ମଙ୍ଗଳା ।
ସିଦ୍ଧ ରାମଚଣ୍ଡୀ ବୋଲାଉ ଜନନୀ କ୍ଷେତ୍ର ମଧ୍ୟରେ ବିମଳା ।
ମାତା ସିଂହବାହିନୀ ।
କୃପା ବହିବ ମୋ ଠାରେ ପୁଣି ।।
ଗାଳି ମୁଁ ସହିଇ ଗରବ ନ ସହଇ ଦଣ୍ଡକେ ଚୁନା କରଇ ।
ଯେହୁ ମୋତେ ହୃଦୟରେ ଭାବୁଥାଇ ଅଭୟବର ଦିଅଇ ।
ତାର ହୃଦୟ ହୋଇ ।
କୃପା ଦୃଷ୍ଟିରେ ମୁଁ ନିରଖେଇ ।।
ତୋତେ ଯେଉଁ ଜନ ମନ୍ଦ ବିଚାରଇ ବଂଶ ଛେଦଇ ତାହାର ।
ତୋ ଡକ ଶୁଣିଲେ କାଳିକା ପେଶିବି ଖଡଗେ ଛେଦିବି ଶିର ।
ଆରେ କହୁଛି ମୁହିଁ ।
ତୋର ବିପତ୍ତି ରହିବ ନାହିଁ ।।
ଶତ୍ରୁ ଯେବେ ତୋତେ ମନ୍ଦ ବିଚାରିବ ମୋ ନାମ ଧରିବୁ ଚିତ୍ତେ ।
ତୋର ଡାକକୁ ମୁଁ ଶ୍ରବଣ ଡେରିଛି ରଖିବି ମାରିବି ତୁରିତେ ।
ଆରେ କହୁଛି ଏବେ ।
ସର୍ବଠାରେ ଅଛି ଗୁପ୍ତ ଭାବେ ।।
ଶ୍ରୀମୁଖରେ ଯାହା ଆଜ୍ଞା ଦେଇଅଛି ବୋଲଇ ରଖିବି ତୋତେ ।
ତୋତେ ଯେତେବେଳେ ବିପତି ପଡ଼ିବ ପଣତ ଦେବି ତୁରିତେ।
ଆରେ କହୁଛି ତୋତେ ।
ତୁହି ଭାବିଥିବୁ ହୃଦେ ମୋତେ ।।
ଘରୁ ଯେତେବେଳେ ବାହାର ହୋଇବୁ ସୁମରିଲେ ନାମ ମୋର ।
ଆଗେ ଆଗୁଆଣି ହୋଇଥିବି ପୁଣି ତୁହି ଥିବୁ ମୋ ପଛର ।
ଆରେ ଶୁଣରେ ବଳା ।
ଶତ୍ରୁ ମୁଖେ ଲଗାଇବି ବଳା ।।
ସୁସ୍ଥାନ ଦେଖିଣ ପ୍ରାଚୀ ନଦୀ ତଟେ ମୁହିଁ ଅଟେ ତୁମ୍ଭ ବାସ ।
ହୀନଭକ୍ତ କହେ ମୋ ଦୁଃଖ ନ ଗଲା ।
ମାଆ କୁ କରିଣ ଆଶା ,ମାଗୋ ରଖିବ ମୋତେ ।
ତୁମ୍ଭ ପଣତ ତଳେ ତୁରିତ ମାଗୋ ମା ସର୍ବମଙ୍ଗଳା ।।0।।
ମା ମୋ ମା ମଙ୍ଗଳା ମା
(ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମ କଶ୍ଚିତ୍ ଦୁଃଖଭାଗ ଭାବେ)