STORYMIRROR

TAPAS RAYSINGH

Children Stories Inspirational Children

3  

TAPAS RAYSINGH

Children Stories Inspirational Children

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
125


ଆଜି ଗୁରୁବାର ଶ୍ରାବଣ ମାସର ପୂର୍ଣ୍ଣମୀ 

  ତିଥିରେ ପଡ଼େ ଏହି ଶୁଭ ଦିନ

ବଳଭଦ୍ରଙ୍କର ଜନ୍ମଦିନ ସେ ଝୁଲଣ ପୂର୍ଣ୍ଣିମା

   ନାମରେ ସେଯେ ଖ୍ୟାତ ।


ରକ୍ଷା ବନ୍ଧନ ପବିତ୍ର ବନ୍ଧନ ସେ ସ୍ନେହ ସୂତା ଏ

      ବିଶ୍ବାସ ତ ଭଉଣୀର 

ଯେତେ ଦୂରେ ଥିଲେ ମନ ଝୁରେ ଅଛିଣ୍ଡା 

     ଏ ଅତୁଟ ସମ୍ପର୍କ ଡରୋର।


ସିନ୍ଦୁର କୁ ଚନ୍ଦନ ଫୁଲ ମମତାର ବନ୍ଧନ

  ଭାଇ ଭଉଣୀର ପବିତ୍ର ସ୍ନେହ ବନ୍ଧନ

ଆଜି ପରା ଦିନରେ ଝୁରୁଥିଲା ଭଉଣୀର ମନ 

  ଭାଇ ଆଣିଦେଲା ପୁରୁଣା ଦିନ ସ୍ନେହ ।


ଯେତେ ଥାଉ ସୁନା ରୂପା ସବୁ ତୁଚ୍ଛ ହୋଇଯାଏ

      ଯାହାର ସେନେହ ଆଗେ 

 ଭାଇ ଭଉଣୀର ପବିତ୍ର ସମ୍ପର୍କ ଆଗେ ରହିଅଛି 

      ସେହି ସମ୍ପର୍କ ଯୁଗେ ଯୁଗେ ।


ପିଲା ବେଳ ଧୂଳି ଖେଳ ଅବୁଝା ଅଳି ଅଝଟ

  ବାପାଙ୍କ ଛାଟ ବେଳେ ବୋଉର ଆକଟ 

ବଡ଼ ଭଉଣୀର ସ୍ନେହ ମମତାର ବନ୍ଧନ ଆହା

  ସେ ଯେ ଆମ ପବିତ୍ର ରାକ୍ଷୀ ବନ୍ଧନ ପବିତ୍ର ବନ୍ଧନ।       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍