ପବିତ୍ର ବନ୍ଧନ
ପବିତ୍ର ବନ୍ଧନ
ଆଜି ଗୁରୁବାର ଶ୍ରାବଣ ମାସର ପୂର୍ଣ୍ଣମୀ
ତିଥିରେ ପଡ଼େ ଏହି ଶୁଭ ଦିନ
ବଳଭଦ୍ରଙ୍କର ଜନ୍ମଦିନ ସେ ଝୁଲଣ ପୂର୍ଣ୍ଣିମା
ନାମରେ ସେଯେ ଖ୍ୟାତ ।
ରକ୍ଷା ବନ୍ଧନ ପବିତ୍ର ବନ୍ଧନ ସେ ସ୍ନେହ ସୂତା ଏ
ବିଶ୍ବାସ ତ ଭଉଣୀର
ଯେତେ ଦୂରେ ଥିଲେ ମନ ଝୁରେ ଅଛିଣ୍ଡା
ଏ ଅତୁଟ ସମ୍ପର୍କ ଡରୋର।
ସିନ୍ଦୁର କୁ ଚନ୍ଦନ ଫୁଲ ମମତାର ବନ୍ଧନ
ଭାଇ ଭଉଣୀର ପବିତ୍ର ସ୍ନେହ ବନ୍ଧନ
ଆଜି ପରା ଦିନରେ ଝୁରୁଥିଲା ଭଉଣୀର ମନ
ଭାଇ ଆଣିଦେଲା ପୁରୁଣା ଦିନ ସ୍ନେହ ।
ଯେତେ ଥାଉ ସୁନା ରୂପା ସବୁ ତୁଚ୍ଛ ହୋଇଯାଏ
ଯାହାର ସେନେହ ଆଗେ
ଭାଇ ଭଉଣୀର ପବିତ୍ର ସମ୍ପର୍କ ଆଗେ ରହିଅଛି
ସେହି ସମ୍ପର୍କ ଯୁଗେ ଯୁଗେ ।
ପିଲା ବେଳ ଧୂଳି ଖେଳ ଅବୁଝା ଅଳି ଅଝଟ
ବାପାଙ୍କ ଛାଟ ବେଳେ ବୋଉର ଆକଟ
ବଡ଼ ଭଉଣୀର ସ୍ନେହ ମମତାର ବନ୍ଧନ ଆହା
ସେ ଯେ ଆମ ପବିତ୍ର ରାକ୍ଷୀ ବନ୍ଧନ ପବିତ୍ର ବନ୍ଧନ।
