STORYMIRROR

Panchanan Jena

Romance

4  

Panchanan Jena

Romance

ଫଗୁଣ ସହିତ ଭେଟ ହେଲା ପରେ

ଫଗୁଣ ସହିତ ଭେଟ ହେଲା ପରେ

1 min
13


ସଂଜ ନଇଁଗଲା ପରେ

ସଂଜବତୀ ଜଳିଲା ପରେ

ସଂଜ ସଳିତା ମିଞ୍ଜି ମିଞ୍ଜି ହେଲା ପରେ

ସାଧ୍ୟ୍ଯ ଭ୍ରମଣ ପାଇଁ ବାହାରି ଗଲା ପରେ

ବଜାର ଛକରେ କି'ଏ ଜଣେ

ମୁରୁକି ହସି ଚାରୁକେସି

ଅଳପ ସଳପ ଦାନ୍ତ ଦେଖେଇ ତାରକସି

ପଲକ ଝଲକରେ ଚାଲିଗଲା

ବୋଧେ ଫଗୁଣ ସହିତ ଭେଟ ହେଲା


ପେନ୍ଥା ପେନ୍ଥା ଆମ୍ବ ବଉଳ ବାସନା

ଚଗଲା ପବନରେ ଭୁରୁଭୁରୁ ମୁର୍ଚ୍ଛନା

ବସନ ପରିପାଟିରେ ଫଗୁଣିତ କାମନା

ଚୂର୍ଣ୍ଣ କୁନ୍ତଳ ଚିବୁକ ଛୁଇଁବାକୁ ଆନମନା

ଫୁଲ ଦୋକାନ ଆଗରେ କି'ଏ ସେ

ଉଡ଼େଇ ପଣତ କାନି

ସମ୍ବଲପୁରୀ ପାଟ ପତନି

ମୁଣ୍ଡକୁ ଛୁଇଁଦେଇ ଚାଲିଗଲା

ବୋଧେ ଫଗୁଣ ସହିତ ଭେଟ ହେଲା


ବିଜୁଳିବତୀ ଆଲୁଅରେ ପୁସ୍ତକମେଳା ଚମକୁ ଥିଲା

ଅସମ୍ଭାଳ ଭିଡ଼ ଭିତରେ 6ଠଲା ପେଲା ଝାମେଲା 

ବହି ଦୋକାନ ଆଗରେ କି'ଏ ଜଣେ

ଅଚାନକ ଧକ୍କା ଦେଇ ପଳେଇଲା ଧରିପକେଇଲି ବାଜୁବନ୍ଧ ହାମୁଡେଇଗଲି

ଲହୁଣି ପିତୁଳା ଶୋରିଷ ମୃଦୁଳା ଅନୁଭବିଲି

ରାଗିବା ବଦଳରେ

ନୀଳ ନୟନା ନୀଳ ବସନା

ଫିକ୍ କିନା ହସିଦେଲା 

ବୋଧେ ଫଗୁଣ ସହିତ ଭେଟ ହେଲା


ଶେଷ ବସନ୍ତର ପୁଷ୍ଠାରେ ମନୋନୀୟ ସୃଷ୍ଟି

ଅମୃତର ଫଳ ସନ୍ଧାନେ ଶେଷ ତାନ୍ତ୍ରୀକର ଯଷ୍ଟି

ଯାଜ୍ଞସେନୀ ଖୋଜୁଛି ସ୍ଵାଧିନତାର ଅନ୍ତିମ ପର୍ଯ୍ୟାୟ

ନିର୍ବାଚନ କରୁଛି ବଂଚିବାର ଶେଷ ଅଭିନୟ

ବହି ଦୋକାନ ଆଗରେ କି'ଏ ଜଣେ

କହୁଣୀକୂଟ ଦେଇ ଭିଡ଼ଚିରି ପଶି ଗଲା

ବୁଲି ଦେଖିବା ବେଳକୁ ନୟନ କି ନ ଦେଖିଲା

କାଳିଦାସଙ୍କ ଶକୁନ୍ତଳା ବହି ବାଛୁଛି

ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳୀ

ଚମ୍ପାକଢି ଆଙ୍ଗୁଳିରେ ଆସ୍ତେ ଆସ୍ତେ ଅକ୍ଷର ମାନଙ୍କୁ ଆଉଁସୁଛି

ରମାକାନ୍ତଙ୍କ ଶ୍ରୀରାଧା ତନ୍ମୟ ଶବ୍ଦବଳୟ ମେଲା

ବୋଧେ ବସନ୍ତ ସହିତ ଭେଟ ହେଲା 


କି କହିବି ମୁହିଁ ମନୋଦଶା ମୋର

ଫଗୁଣ ସହିତ ଭେଟ ହେଲା ପରେ

ମୁଁ ଆଉ ମୁଁରେ ନ ଥିଲି ବୁଲୁଥିଲି

ଋତୁରାଜପୁରେ 

ଗୁଣୁ ଗୁଣୁ ଗୀତ ଗାଇ ସୁରେ ବେସୁରେ


ପ୍ରଜାପତିର ରଙ୍ଗ ବେରଙ୍ଗ ଡେଣା ନେଇ

ଭଡୁଥିଲି ଖୋଜୁଥିଲି ଦେଖୁଥିଲି

ଫୁଟିଲା ଫୁଲବନେ ମଗନେ

ଫୁଲ ଚନ୍ଦନର ଉତ୍କଣ୍ଠା ନେଇ

ଚୁମିବାକୁ ଫୁଲ ସଦନେ ବଦନେ 

ନୂତନ ଭନ୍ନାଦନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance