Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

4  

Panchanan Jena

Romance

ପାପୁଲିଏ ଆତ୍ମୀୟତା

ପାପୁଲିଏ ଆତ୍ମୀୟତା

1 min
6



ଭଲ ପାଇବା ଆଉ କ'ଣ କି ?

ପାପୁଲିଏ ଆତ୍ମୀୟତା

ଆଞ୍ଜୁଳାଏ ଦ୍ଭାବପ୍ରବଣତା

ଆଉ ମୁଠାଏ ମୁଠାଏ ସ୍ନେହ ଶ୍ରଦ୍ଧାକୁ ସଜାଡି

ଚାଙ୍ଗୁଡିଏ ପ୍ରେମ ତଲ୍ଲୀନତା 


ଭଲ ପାଇବା ଆଉ କ'ଣ କି ?

ଚେନାଏ ହସଜଡ଼ା ସଳିତା

ଡେମ୍ଫାଏ ସମର୍ପଣ ଲତା

ଆଉ ମାଣେ ମାଣେ ତ୍ୟାଗ ତର୍ପଣକୁ 

ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ବନିତା 


ଭଲ ପାଇବା ଆଉ କ'ଣ କି ? 

ପଦେ ପଦେ କଥାରେ ମାନ୍ୟତା

କ୍ଷଣେ କ୍ଷଣେ ମନରେ ଆତିଥେୟତା

ଆଉ ଅଳପ ଦିନର ଗଳପ ଭିତରେ ସଂକପ

ଅଙ୍କୁରି ପ୍ରେମଦୃମ ଶୋଭିତା


ଭଲ ପାଇବା ଆଉ କ'ଣ କି ?

ଆଖି ଇଶାରାରେ ସ୍ନେହ ସବାରୀ

ମୁରୁକି ହସରେ କୁସୁମ କିଆରୀ

ଆଉ ଓଠକୁ ଦାନ୍ତରେ କାମୁଡି କାମୁଡି କୁହ

କାଲିକି ଆସିବ ବୋଲି ରହିଲି କୁମାରୀ


ଭଲ ପାଇବା ଆଉ କ'ଣ କି ?

ଛୁଇଁ ଦେଲେ ଲାଜକୁଳି ଲତା

ଚୁମି ଦେଲେ ତରଳା କବିତା

ଆଉ ବାହୁରେ ଜାବୋଡି କବରୀ ମୂଳରେ

ଚୁପି ଚୁପି କଥାରେ ଅଖାଭର୍ତ୍ତି ପ୍ରୀତିଖାତା


ଭଲ ପାଇବା ଆଉ କ'ଣ କି ?

ଆକର୍ଷଣ ଭିତରେ ଅନେକ ଜନ୍ମର ଇନ୍ଧନ

ସାମାଜିକ ସ୍ଵୀକୃତି ପ୍ରାପ୍ତ ବିବାହ ବନ୍ଧନ

ଆଉ ଘର ପରିବାର ଭବିଷ୍ୟତ ଗଣନା

କରୁ କରୁ ଦୁଇ ମନ ଏକ ପ୍ରାଣ ସ୍ପନ୍ଦନ ।


Rate this content
Log in

Similar oriya poem from Romance