STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ତୁ ସବୁ ନାଟର ମୂଳେ

ତୁ ସବୁ ନାଟର ମୂଳେ

1 min
18


ନିରୋଳା ରେ ବସି ଯଶୋଦା ମାତା-ଶ୍ରୀ

ମନ୍ଥୁଥିଲେ ଦୁଧ ଦହି

କାହ୍ନା କୁ ନ ଦେଖି ଖୋଜି ଖୋଜି ଆସି

ଦେଖେ ରାଧା ଦୂରେ ଥାଇ  

ଯଶୋଦା କୋଳରେ ମଥା ରଖି ଶୋଇ 

କାହ୍ନା ହେଉ ଅଛି ଗେଲ

ସତେ ଅବା କିଛି ନାଟ ଜାଣି ନାହିଁ

ସରଳ ମଣିଷ ତୁଲ 

ଆ, ଆ ରେ ନଟିଆ ଖେଳିବାକୁ ଯିବା

ରାଧା ଡାକ ଦେଲା ଧୀରେ

ରାଧା କଥା ଶୁଣି ମାତା ପଚାରିଲେ

କାହ୍ନା କି',କି' ନାଟ କରେ

କେମିତି କହିବ ନଟ ନାଗର ର 

ଅସଲ ନାଟ କାହାଣୀ

ମାତା ପାଖେ ସୁନା ପିଲା ଅଭିନୟ

ସତେ ବା କିଛି ଜାଣିନି!

ବୁଲେଇ ବଙ୍କେଇ ରାଧା ଦେଲା କହି

ମୋ ସାଥେ ଲାଗୁଛି ଭାରି 

ମୋତେ ଦେଖି ନାଟ କରିବାକୁ ପରା

ଟାଣୁ ଅଛି ହାତ ଧରି


ନନ୍ଦ ପୁଅ ନଟ ନାଗର ଶୁଣୁଛି 

ରାଧା କଥା ମାଆ କୋଳେ

ରାଧା କୁ ଇଶାରା ଆଖିରେ ଆଖିରେ

ନାଟ ହେବ ରାତ୍ରୀ କାଳେ

ସରଳିଆ ମନ ଯଶୋଦା ମାତାର

କହେ କହ୍ନେଇ କୁ ଚାହିଁ

ଲୁଚି ଲୁଚି ନାଟ କରୁ ଅଛୁ କେତେ

ଦେହ ଶୁଖେ ସେଥି ପାଇଁ 

ରାଧା ପରି ଅନ୍ୟ ଗୋପାଙ୍ଗନା ମୁଖେ

ନାଟ କଥା ଥିଲି ଶୁଣି

ପରତେ ନ ଯାଇ କହୁଥିଲି ତାଙ୍କୁ

କାହ୍ନା ନାମେ ମିଛ ପୁଣି!!

ଦିନ ସାରା ଧେନୁ ମେଳରେ ରହୁଛୁ 

ନାଟ କରୁ କେତେ ବେଳେ

ବୁଲେଇ ବଙ୍କେଇ କହ ନା ତୁ ଆଉ

ତୁ ସବୁ ନାଟର ମୂଳେ!!

ଭୋକ ହେଲା କହି କଥା ବୁଲାଇଲେ

ସୁନ୍ଦର ନଟ ନାଗର

ନାଟ କଥା ଆଉ ହେଲାନି ପ୍ରଘଟ

ରାଧା ଗଲା ନିଜ ପୁର 


ସେହି ନନ୍ଦ ପୁଅ ନଟିଆ ନାଗର

ଶ୍ରୀକ୍ଷେତ୍ରେ ଶ୍ରୀମନ୍ଦିରରେ

କେତେ ନାଟ ନିଜେ କରି କରାଉଛି 

ଭିନ୍ନ ଭିନ୍ନ ତିଥି ବାରେ

ନାଟ କରି ନାଟ ଦେଖିବାକୁ ଯାଏ

ବଡ ଦାଣ୍ଡେ ଚଢ଼ି ରଥ

ଲକ୍ଷ୍ମୀ ଠାକୁରାଣୀ ନାଟ ହୁଏ ଶୁଣି

ଜଗନ୍ତି ଫେରିବା ପଥ

କଳି ଗୋଳ ହୁଏ ଦାଣ୍ଡ ଲୋକ ଆଗେ

ପୁଣି ମୋଡ ନାଟକରେ

ରସ ଗୋଲା ଦେଇ ମିଠା କଥା କହି 

ଲେଉଟାଣି ଶ୍ରୀମନ୍ଦିରେ


ନାଟ ର ପୂଜାରୀ ଯେଉଁଠି ରହିବ

ନାଟ ନିତି ହେଉଥିବ

ଗୋପ ପୁର ହେଉ ଅବା ଶ୍ରୀକ୍ଷେତ୍ରରେ

ନାଟ ହୋଇଛି ହୋଇବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract