STORYMIRROR

Padmalaya Mishra

Abstract Romance Classics

4  

Padmalaya Mishra

Abstract Romance Classics

ତୁମେ ଓ ମୁଁ

ତୁମେ ଓ ମୁଁ

1 min
19


ଲେଖିବି ହୃଦୟର କଥା ଭାବନା କାଳିରେ

ଚାହିଁ ବସିଥିବି ତୁମ ଉତ୍ତର ଆଶାରେ ।।


ତୁମେ ଅଚଳ ଶୈଳ ମୁଁ ବାଲି ରେଣୁ

ତୁମରି ସାନିଧ୍ୟ ଆଶା ତେଣୁ

ତୁମେ ନୀରବ ନିର୍ଜନ ରାତି

ମୁଁ ଆନମନା ଚାନ୍ଦିନୀ

ସାଜିଛି ପ୍ରାଣପ୍ରିୟା ମାନୀନି

ହଜାଇଛି ନିଜକୁ ତୁମରି ପ୍ରଣୟେ

ରହିଛ ରହିଥିବ ମୋ ହୃଦୟେ ।।


ତୁମେ ନାଉରି ମୁଁ ବସିଥାଏ ନୀରବେ

କୁଆଡେ ନେଉଛ କାହିଁକି ନେଉଛ

କେବେବି ନଭାବେ

ତୁମେ ଆଗେ ଆଗେ ଚାଲ

ମୁଁ ଅନୁସରଣ କରେ

ସମ୍ପର୍କ ତ ଦେହ ଦାହ ପରେ

ତୁମେ ଅଦିନିଆ ଝଡ଼ ମୁଁ ନରମି ଲତା

ଲୋଟିଯାଏ ପାଇ ତୁମରି ବାରତା

ମାଟି ଉପରେ ଲେଖିଦିଏ

ଛନ୍ଦ ବିହୀନ କବିତା ।।


ତୁମେ ଆକାଶ ମୁଁ ଧରଣୀ

ଚାହିଁ ଚାହିଁ ଦିନ ବିତେ ବିତେ ବି ରଜନୀ

ଝରିଯାଅ କେବେ କେବେ

କରିଦିଅ ଓଦା

ଜାଳିଲେ ଯେତେ ବି ତୁମରି ସଦା

କେବେ ପୂର୍ଣ୍ଣଗର୍ଭା କରିଯାଅ

କେବେ ଚିପୁଡି କରିଦିଅ ଶୁଷ୍କ

ତୁମେ ସମ୍ପର୍କରେ ବଡ଼

ମୁଁ ଯେତେ ହେଲେ ବି ବୟସ୍କ

ତୁମେ ନିହଣ ମୁଁ ପାଷାଣ

କରିଦିଅ କେତେ ଗଳ୍ପ ଯେ ଚିତ୍ରଣ

ତୁମେ କବି ମୁଁ ତୁମ କବିତା

ତୁମ ବିନା ନାହିଁ ମୋର ସତ୍ତା ।।


ଲେଖୁ ଲେଖୁ ଲେଖିଦେଲି ମୋ ମନ ଭାବନା

ତୁମେ ମୋର ମୁଁ ତୁମର ଜନ୍ମଜନ୍ମର

ଏତିକି କାମନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract