STORYMIRROR

Sagarika Dash

Romance

4  

Sagarika Dash

Romance

ଅନ୍ତର

ଅନ୍ତର

1 min
11


ତୁମ ଧନକୁ ନୁହେଁ,ତୁମ ମନକୁ ଭଲ ପାଇଛି।

ତୁମ ସ୍ବପ୍ନ କୁ ନୁହେଁ,ତୁମ ନିଦକୁ ଭଲ ପାଇଛି ।

ତୁମ ଡାକକୁ ନୁହେଁ,ତୁମ ସ୍ବର କୁ ଭଲ ପାଇଛି।

ତୁମ କ୍ରୋଧକୁ ନୁହେଁ,ତୁମ ଧର୍ଯ୍ୟ କୁ ଭଲ ପାଇଛି।

ତୁମ କଟାକ୍ଷ କୁ ନୁହେଁ,ତୁମ ଶାଳୀନତାକୁ ଭଲ ପାଇଛି।

ତୁମ ଭୁଲି ଯିବାକୁ ନୁହେଁ,ତୁମ ସଂସ୍କାର କୁ ଭଲ ପାଇଛି।

ତୁମ ପାଇଁ କେତେ ରାତି ଅନିଦ୍ରା ହୋଇଛି,

ତୁମ ପାଇଁ କେତେ ଅଶ୍ରୁ ଆଖିରୁ ଝରିଛି,

ତୁମ ଉପହାର କୁ ନୁହେଁ,ତୁମ ବ୍ୟବହାରକୁ ଭଲ ପାଇଛି।

ତୁମ ପାଇଁ କେତେ ବାଲିଗଢା ଘର ମୁଁ ଭାଙ୍ଗିଛି।

ତୁମ ପାଇଁ କେତେ ଯାତନା ସହିଛି,

ତୁମ ପାଇଁ କେତେ କବିତା ଲେଖିଛି।

ତୁମ ପାଇଁ ଦିନେ ବୋହୂ ମୁଁ ସାଜିଛି।

ତୁମ ପାଇଁ କେତେ ଶ୍ରାବଣ ଖୋଜିଛି।

ସବୁ ବୁଝିସାରି ତଥାପି ଏ ମନ କାହିଁ ଅବୁଝା ହେଉଛି।

ରେ ସମୟ ଆଜି ପୁଣି କାହିଁ ଯାତନା ଦେଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance