STORYMIRROR

Sagarika Dash

Classics

4  

Sagarika Dash

Classics

ବୁଦ୍ଧ

ବୁଦ୍ଧ

1 min
14


ହେ ! ଦିବ୍ୟାତ୍ମା ବୁଦ୍ଧ ,ତୁମେ ଥିଲ ଜଣେ ସିଦ୍ଧ 

ଜୀବନ ଶୈଳୀ ବୁଝିବା ପାଇଁ 

ଥାପିଥିଲ ତୁମେ ପାଦ 

ମାତା ମାୟାବତୀ ଜନ୍ମ ଦେଇ ତୁମକୁ 

ହେଲେ ଇହ ଧାମ ପ୍ରାପ୍ତି। ।।


ଦ୍ଵିତୀୟ ଜନନୀ,ଲାଳନ ପାଳନ କଲେ

ଶୈଶବ ରେ ନାମ ଥିଲା ତାଙ୍କ ଗୌତମୀ 

ଅନ୍ୟାୟ ଅନିତି ଆଚର 

ସତ୍ୟର ସନ୍ଧାନ ପାଇଥିଲ ଯେବେ 

ଜୀବନେ ଆଣିଲ ନିର୍ବାଣ। ।। 


ଏକ କଳ୍ପ ର ଗଣନା ଅସଂଖ୍ୟ 

ଚାରି କଳ୍ପ ବର୍ଷ ପୂର୍ବେ 

ବୁଦ୍ଧ ଅଲୈ।କିକ ଶକ୍ତି ପାଇଁ ତୁମେ 

ମାତୃ ରକ୍ଷା ପାଇଁ ସମୁଦ୍ର ଲଙ୍ଘିଲ ସାତ ଦିନେ । ।।


ଗୈ।ତମ ନାମରେ ନାମିତ ହୋଇ

ସମାଜ ସେବାରେ ମନ ବଳାଇ 

ପରମାତ୍ମା ଙ୍କ ଆଶୀର୍ବାଦ ନେଇ 

ପଙ୍କିଳ ମାର୍ଗରେ ଶରୀରକୁ ଦେଲ ବିଛାଇ। ।।


ନିର୍ବାଣ ର ପନ୍ଥା ସମାଜକୁ ଶିକ୍ଷା 

ସତ୍ୟ, ଧର୍ମ, ଶାନ୍ତି ମୁକ୍ତି ଆଚରି 

ବୈ।ଦ୍ଧ ଧର୍ମ ନାମେ ପ୍ରତିଷ୍ଠା ହୋଇ ।

ଯୁଗେ ଯୁଗେ ନାମ ଅମର ରହି । ।।


ଶୁଦ୍ଧୋଦନ ପିତା ଦେଇ ମନ ଧ୍ୟାନ 

ପାଳିଲେ ଶିଶୁ କୁ ଅତି ଆଦରେ 

ସିଦ୍ଧ ପୁରୁଷ ପୁରୁଷତ୍ତୋମ।

ପୁରୁଷ ଭିତରେ ଥିଲ ଉତ୍ତମ।।।


ବୈଶାଖ ପୂର୍ଣ୍ଣିମା ବୁଦ୍ଧ ପୂର୍ଣିମା 

ରଚିଗଲା ଇତିହାସ ଗାରିମା 

ସତ୍ୟ ସନ୍ଧାନେ ଦାନ ମାର୍ଗ ଧ୍ୟାୟୀ 

ସର୍ବସ୍ବ କରିଲ ଦାନ 

ସର୍ବଶେଷରେ ପତ୍ନୀ ପୁତ୍ର କୁ 

ନିର୍ବାଣ ରେ ରଖିଦେଲ। ।।


ଆବାଳରୁ ଜନ୍ମ ବୃଦ୍ଧାବସ୍ଥା ଯାଏଁ 

ନିଖୁଣେ କରିଲ ପରୀକ୍ଷା 

ସତ୍ୟର ମାର୍ଗ ରେ ଚାଲିବାକୁ 

ସଂସାର କୁ ଦେଲ ନୀତି ଶିକ୍ଷା। ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics