STORYMIRROR

Sagarika Dash

Tragedy

4  

Sagarika Dash

Tragedy

ବୋଉ

ବୋଉ

1 min
21


ମା" ତୁ ମମତା ମୟୀ,ମା" ତୁ କୋମଳ ମୟୀ।

ମୋ ଆଖିରୁ ଯେବେ ଝରିଯାଏ ଲୁହ 

ତୋ ଛାତିରେ ଫୁଟେ କୋହ।


ସୂର୍ଯ୍ୟ, ଚନ୍ଦ୍ର,ତାରା ଗଗନରେ ପରା 

ତୋ ସମାନ ନୁହେଁ କେହି 

ମା" ତୁ ମମତା ମୟୀ,ମା" ତୁ କୋମଳ ମୟୀ।


ମୋ ଜୀବନ ପଥ ହେଲେ କଣ୍ଟକିତ 

ବାଟ ଦେଉ ତୁ ବତାଇ 

ସେନେହ ପସରା ହାତେ ଧରି ପରା 

ବିଭୁ କୃପା ଲଭଇ।


ସବୁ ପୁରଣରେ ଅଭାବ ତୁ ଲାଗୁ 

କିଛି ନାହିଁ ତୋର ମାନ 

ପାଖରେ ନ ଥିଲେ ପୁରଣ ପୁଣି 

ରହିଯାଏ ଶୂନ୍ୟ ସ୍ଥାନ।


ସୁଖର ଦୁଃଖର ସାହା ତୁହି ମା" 

ଜୀବନ ନ ଈରେ ନାଆ 

କି ଦେଇ ତୋଷିବି କି ଅବା ପୂଜିବି 

ତୁ ଏକା ଆମର ରାହା।


ସନ୍ତାନ ସୁଖରେ ସୁଖି ହୋଇଥାଉ 

ସନ୍ତାନ ଦୁଃଖରେ ଦୁଃଖି 

ଖଟା,ମିଠା,ରାଗ, ପିତାକୁ ପରଖି 

ଲାଗି କରିଥାଉ ଚାଖି।


ମା" ର ମୂଲକ ସୁଝି ନାହିଁ କେହି 

ସୁଝିବେତ ନାହିଁ ଜଗତେ 

ହସ,ଲୁହ,କାନ୍ଦ ପୋଛି ଦେଇଥାଏ 

ମମତାର ସେଇ ପଣତେ।


ମାନ , ସମ୍ମାନ ଖୋଜେ ନାହିଁ କେବେ 

କିଛି ନାହିଁ ଅଭିଳାଷେ

ଦେଇ ଚାଲିଥାଏ ଜୀବନ ଆରମ୍ଭୁ 

ମାଗେ ନାହିଁ ଆଉ ଶେଷେ।


ଏତିକି ମାଗୁଣି ଈଶ୍ୱର ଙ୍କ ପାଖେ 

ସଦା ରହିଥା ଖୁସି 

ମୋ ଜୀବନ ପଛେ ନର୍କେ ପଡ଼ିଥାଉ 

କେବେ ନ ହୁଅ ତୁ ଦୁଃଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy