STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ଅଭିଶପ୍ତ ପଥ ର ଯାତ୍ରୀ

ଅଭିଶପ୍ତ ପଥ ର ଯାତ୍ରୀ

1 min
246

ତୋ ଯୁଦ୍ଧ ଆଉ କେବେ ସରିବ ?

ଆରମ୍ଭିଛି ଯେତେବେଳେ ଦିନେ ନିଶ୍ଚେ ସରିବ

ସବୁଦିନ ବାହାରିପଡ଼ୁ ତୁ

ଜୟ ପରାଜୟ ଆଗ ପଛ କିଛି ନ ବିଚାରି

କଣ୍ଟକିତ ପଥ ବି ମଣୁ ଗୋଲାପର ସମ

ତା ଉପରେ ଚାଲୁଥାଉ ନିରବ, ନିର୍ମମ l

କେବେ ଥକି ଯାଉନୁ ଥରେ

ଅବିରତ ଚାଲୁଛୁ ଖାଲି 

ସେ ଖଣ୍ଡା ଧାରର ପଥ ପ୍ରାନ୍ତରେ l

ନିଜର ସବୁ ସୁଖ ଦୁଃଖ ଭୁଲି l

ଫେରିଆସୁ ପୁଣି ସଞ୍ଜ ର ସେ ନିଃଶବ୍ଦ ପ୍ରହରେ

ପଣତ ତୋ ଭିଜିଯାଏ ଅବିରତ ସ୍ବେଦରେ l

ଯେଉଁଠି ପ୍ରତି କ୍ଷଣ ଯୁଝିବା କୁ ହୁଏ

ସେ ନିଷ୍ଠୁର ମୃତ୍ୟୁ ର ସାଙ୍ଗ ରେ

ଏଠି ପ୍ରତ୍ୟେକ କ୍ଷଣ କେହି ନା କେହି ଚlଳିଯାଏ

ପୁଣି ସେ ଅଫେରା ରାଜ୍ୟ ରେ

ଦିନ ଦିନ ଧରି ପଡିରହେ ସେ ନିର୍ଜୀବ ଶରୀର

ସେ ଜରାଜିର୍ଣ ଷ୍ଟେଚର ଉପରେ

ଦିନେ ତୁ ବି କ୍ଲାନ୍ତ ହୋଇପଡ଼ୁ

ସେଇ ସମୟ ର ଅସହ୍ୟ ବୋଝ ରେ

ବାଟ ଖୋଜୁ ବଂଚିବାର ସେତେବେଳେ

ହେଲେ ତୁ ବି ସୋଇଯାଉ ସବୁଦିନ ପାଇଁ

ସେ ଅଭଙ୍ଗା ନିଦ ରେ

ନିଜ କର୍ତବ୍ୟ ପଥ ରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy