STORYMIRROR

Ajit Kumar Raut

Tragedy Inspirational

4  

Ajit Kumar Raut

Tragedy Inspirational

ଗୃହବନ୍ଦୀ

ଗୃହବନ୍ଦୀ

1 min
171

କାଳିଆର ନୀଳା ଅଦୁର୍ଶ୍ୟ ଅଟୋଇ


ନ ପାରନ୍ତି ବୁଝି କେହୁ,


ବୁଝିବାର ଶକ୍ତି ନାହିଁ ହିଁ କାହାରେ


ଡୋରି ଧରି ଛନ୍ତି ସେହୁ।୧।


ଅଦୁର୍ଶ୍ୟ ରୋଗଟି ଅଦୁର୍ଶେ ଆସିଲା


ଜ୍ଞାନ ନ ରହିଲା କାର,


ଗୃହବନ୍ଦୀ ତହିଁ ଆବଶ୍ୟକ ହେଲା


ଗୃହ ହେଲା ବନ୍ଦୀ ଘର।୨।


ଜରୁରୀ ହୋଇଲା ସମ୍ପୂର୍ଣ୍ଣ ଦେଶରେ


ଗୃହସ୍ତ ରହିବେ ଘରେ,


ଅଦୁର୍ଶ୍ୟ ରୋଗର ଡୋର କାଟିବାକୁ


ହେଲା ଆବଶ୍ୟକ ତାରେ।୩।


ନିର୍ଣ୍ଣୟ କରିଲେ ଦେଶ ବୈଜ୍ଞାନିକ


ଗୃହରେ ରହିବେ ସେହୁ,


ଆବଶ୍ୟକ ହେଲେ ବାହାରକୁ ଯିବେ


ମାସ୍କ ପିନ୍ଧି ଥିବେ ସେହୁ।୪।


ଘରକୁ ଆସିଲେ ସାବୁନରେ ହାତ


ଧୋଇବା ହେଲା ଜରୁରୀ,


ପିନ୍ଧି ଥିବା ଲୁଗା ଧୋଇବାକୁ ହେବ


ବୈଜ୍ଞାନିକ କଲେ ଜରୁରୀ।୫।


ଲୋକ ଗହଳିକୁ ଯିବା ମନା ହେଲା


ଦୂରତା ହେଲା ଜରୁରୀ,


ଗୃହବନ୍ଦୀ ପରି ଜୀବନ ବ୍ୟତିତ।


କରିବାକୁ ହିଁ ଜରୁରୀ।୬।


ସଂକ୍ରମିତ କରେ ଅତି ହିଁ ଘାତକ


ସମ୍ପର୍କେ ଆସିଲେ ତାର,


ମାସ୍କ ଓ ଦୂରତା ଆବଶ୍ୟକ ହେଲା


ଗୃହବନ୍ଦୀ ଦରକାର।୭।


ରୋଦନର ରାବ୍ ଗୁଞ୍ଜନ କରିଲା


ଲୋକ ମଲେ ମାଳମାଳ,


ଗୃହବନ୍ଦୀ ହେଲେ ଦେଶର ଜନତା


ଯନ୍ତ୍ରଣା ଅତି ପ୍ରବଳ।୮।


ଜଗନ୍ନାଥଙ୍କର କରୁଣା ହିଁ ହେଲା


ଶୁଭ ସମୟଟି ହେଲା,


ଜ୍ଞାନ ବିଜ୍ଞାନରେ କୃପା ଦୃଷ୍ଟି ହେଲା


ସମ୍ଭବ ଆପେ ହୋଇଲା।୯।


ଅଦୁର୍ଶ୍ୟ ରୋଗଟି ଦୂରେଇ ଯାଉଛି


ହେଲା ଟିକା ଆବିଷ୍କାର,


ବୈଜ୍ଞାନିଙ୍କର ସେ ମୃତ୍ୟୁ ସଞ୍ଜିବନୀ


ଟିକା ହେଲା ଆବିଷ୍କାର।୧୦।


ସେହୁ ଟିକା ଲାଗେ ଦେଶ ଜନତାଙ୍କୁ


ନୀରୋଗି ହୁଅନ୍ତି ସର୍ବୈ,


କାଳିଆର ଦୟା ଜନତାଙ୍କୁ ହେଲା


ଗୃହବନ୍ଦୀ ନାହିଁ ଏବେ।୧୧।


କାଳିଆର ନୀଳା ଅଦୁର୍ଶ୍ୟ ଅଟୋଇ


ନ ପାରନ୍ତି ବୁଝି କେହୁ,


ବୁଝିବାର ଶକ୍ତି ନାହିହିଁ କାହାରେ


ଡୋରି ଧରି ଛନ୍ତି ସେହୁ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy