STORYMIRROR

Pranati Panda

Tragedy Classics

4  

Pranati Panda

Tragedy Classics

ନାରୀ

ନାରୀ

1 min
222


ଟୋପାଏ ସିନ୍ଦୂର ମଥାରେ ଲଗେଇ

ଗୃହଲକ୍ଷ୍ମୀ ହୋଇ ଆସେ ଯିଏ

ସେ ଏକ ନାରୀ......


ନିଜ ସୁଖ ଶାନ୍ତି ଭ୍ରୁକ୍ଷେପ ନକରି

କର୍ମଭୂମି ଆପଣାଏ ଯିଏ

ସେ ଏକ ନାରୀ......


ଦଶ ମାସ ଧରି ଗର୍ଭରେ ଶିଶୁକୁ

ପେଟ ଚିରି ଜନ୍ମ ଦିଏ ଯିଏ

ସେ ଏକ ନାରୀ......


ରୁଦ୍ଧ କୋଠରୀରେ ମଦ୍ୟପ ପତିର

ବେଲଟ୍ ର ମାଡ଼ ସହେ ଯିଏ

ସେ ଏକ ନାରୀ......


ଯୌତୁକ ଅଗ୍ନିରେ ସ୍ୱାହା ହୋଇଯାଇ

ମୁଠାଏ ପାଉଁଶ ହୁଏ ଯିଏ

ସେ ଏକ ନାରୀ......


ଜନ୍ମଭୂମି ଆଉ କର୍ମଭୂମି ମଧ୍ୟେ

ପରିଚୟ ବଦଳାଏ ଯିଏ

ସେ ଏକ ନାରୀ......


ପଞ୍ଚ ତାରକାର ହୋଟେଲ୍ ଭିତରେ

ମନୋରଞ୍ଜନର ପାତ୍ରୀ ଯିଏ

ସେ ଏକ ନାରୀ......


ଇଚ୍ଛା ହେଉ ବା ଅସୂୟା ହେଉ

ନିଜ ଦେହ ବିକି ଥାଏ ଯିଏ

ସେ ମଧ୍ୟ ଏକ ନାରୀ ......


ଯିଏ ଯେଉଁ ଚକ୍ଷେ ଦେଖଇ ନାରୀକୁ

ଅନୁରୂପେ ତା' ପାଇଁ ନାରୀ ଟିଏ......


କନ୍ୟା, ଜାୟା , ମାତା, ଭଗିନୀ ରୂପରେ

ଅନ୍ୟ ପରିଚୟେ ବଞ୍ଚେ ଯିଏ ,

ଜନମଠୁଁ ନେଇ ମରଣ ପର୍ଯ୍ୟନ୍ତ

ଭିନ୍ନ ଭିନ୍ନ ରୂପେ ନାରୀ ସିଏ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy