STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କନିଷ୍ଠତମ ଶହୀଦ ଭାରତବର୍ଷରେ

କନିଷ୍ଠତମ ଶହୀଦ ଭାରତବର୍ଷରେ

1 min
173


ନୀଳକଣ୍ଠପୁର ଗାଆଁ ହିଁ ଯାହାର

ବାଜି ରାଉତଙ୍କ ଜନ୍ମ

ବୀର ଖଣ୍ଡାୟତ ବୀର କୁଳେ ଜନ୍ମ

ଦେଶକୁ ଦେଲା ସମ୍ମାନ।୧।


ପିତାଙ୍କୁ ହରାଇ ଜନ୍ମ କାଳୁ ସେହୁ

ମା ଦ୍ୱାରା ପ୍ରତିପାଳିତ,

ପ୍ରଜାମଣ୍ଡଳିରେ ଯୋଗ ଦେଲା ସେହୁ

ରାଜା କରେ ଆତଙ୍କିତ।୨।


ଇଂରେଜ ଶାସକ ଅତ୍ୟାଚାର କରେ

ଗଡ଼ଜାତ ରାଜା ନେଇ,

ଢେଙ୍କାନାଳ ରାଜା ଅତି ଅତ୍ୟାଚାରୀ

ବିରୋଧ ତାହାରି ନେଇ।୩।


ପ୍ରଜାମଣ୍ଡଳିରେ ନିଷ୍ପତ୍ତିଟି ହେଲା

ଇଂରେଜ ବିରୋଧ ଯହିଁ

ବ୍ରାହ୍ମଣୀ ନଦୀଟି ପଥଗାମୀ ଯହିଁ

ନୀଳକଣ୍ଠପୁର ତହିଁ।୪।


ଇଂରେଜମାନଙ୍କୁ ପାର ନ କରିବ

ଗାଆଁର ଡଙ୍ଗାରେ କେବେ,

ନୀଳକଣ୍ଠପୁର ଗାଆଁ ନ ଆଣିବା

ପ୍ରତିଜ୍ଞା କରିଲେ ସର୍ବେ।୫। 


ପାଳି କରି ଦେଲେ ପ୍ରଜାମଣ୍ଡଳିରେ

ଦାୟିତ୍ୱ ରହିବ କାର,

ବାର ବର୍ଷ ଛୁଆ ବାଜିରାଉତଙ୍କ

ପାଳି ପଡ଼ି ଥିଲା ତାର।୬।


ଇଂରେଜ ଆସିବେ କଥା ପଡୁ ଥିଲା

ବାଜି ରାଉତଙ୍କ ଦିନ,

ଡଙ୍ଗାଟି ଧରିଣ ବସି ଥାଏ କୂଳେ

ନିର୍ଭୟ କରିଣ ମନ।୭।


ରେରେକାର ରାବ ଇଂରେଜ ସୈନିକ

ବାଜି ରାଉତଙ୍କୁ ଦେଲେ,

ଡଙ୍ଗା ନେଇ ଆସ ଶୀଘ୍ର ହିଁ ପାଶକୁ

ଡେରି ନ କରଟି ତିଳେ।୮।


ବାଜି ରାଉତ ସେ ଅତ୍ୟନ୍ତ ସାହସୀ

ବୀରତ୍ୱରେ ଭରା ପ୍ରାଣ,

ଖଣ୍ଡାୟତ ପୁଅ ଅତ୍ୟନ୍ତ ପ୍ରତାପୀ

ଡ଼ର ନାହିଁ ତାର ପ୍ରାଣ।୯।


ଏହି ଡ଼ଙ୍ଗା ନୁହେଁ ଇଂରେଜଙ୍କ ପାଇଁ

ଡ଼ଙ୍ଗା ମୁଁ ଦେବି ହିଁ ନାହିଁ

ବିଦେଶୀ ଅଟ ହେ ତୁମମାନେ ସବୁ

କାହିଁ ପାଇଁ ଆସ ଏହିଁ।୧୦।


ଡ଼ଙ୍ଗା ଡୋର ସେହୁ ନ ଛାଡିଲା ତିଳେ

ଇଂରେଜ ହେଲେ ଆତୁର

ଛାଡି ଦିଅ ଡୋର ନ ହେଲେ ମରିବୁ

ପୁଣି ନ ଛାଡେଟି ଡୋର।୧୧।


ବୀର ପୁତ୍ର ସେହୁ ମାତୃଭୂମି ଭକ୍ତ

ତିଳେ ମାତ୍ର ନାହିଁ ଡ଼ର,

ପରାକ୍ରମ ଦେଖି ଡ଼ରି ହିଁ ତାହାକୁ

ଗୁଲି କରି ଦେଲେ ତାର।୧୨।


ଭାରତ ମାତାର ଜୟ ଗାନ କରି

ପ୍ରାଣ ତ୍ୟାଗ କଲା ବୀର,

ସୁବର୍ଣ୍ଣ ଅକ୍ଷରେ ଲିଖିତ ହୋଇଲା

ବୀର ବିଜୁ ରାଉତର।୧୩।


ନୀଳକଣ୍ଠପୁର ଗାଆଁ ହିଁ ଯାହାର

ବାଜି ରାଉତଙ୍କ ଜନ୍ମ,

ବୀର ଖଣ୍ଡାୟତ ବୀର କୂଳେ ଜନ୍ମ

ଦେଶକୁ ଦେଲା ସମ୍ମାନ।୧୪।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy