ତନୟା
ତନୟା
ଆଶ୍ରମ ତନୟା ବାରାଙ୍ଗନା ରୂପେ
ସେହି ତା'ର ନିଜ ପରିଚୟ ,
ଇଚ୍ଛାରେ ହେଉ ବା' ଅସୂୟାରେ ହେଉ
ପରିଚୟ ରଖେ ଗୋପନୀୟ ।
ଅନ୍ୟ ଦୟା, ଦାନ ପ୍ରଣୟର ଦୁଃଖ
ଜୀବନ ତା ' ହା'ହୁତାଶମୟ ,
ପ୍ରତ୍ୟାଖ୍ୟାତ ସେହି ପ୍ରଣୟର ମୂଲ୍ୟ
ପ୍ରାପ୍ତ କିଛି ମୁଦ୍ରା , ଅଙ୍ଗୁରୀୟ ।
ନିରୁପାୟ ସାଜେ ଅପଦାର୍ଥ ରାତ୍ରି
କୋଳର ଉଷ୍ମତା ପ୍ରେମମୟ ,
ଅବସାଦ ଭୋଗ୍ୟା ସାଜଇ ନାୟିକା
ରାତ୍ରି ଅଭିସାରେ ସେ' ପ୍ରଣୟ ।
ସ୍ୱଇଚ୍ଛାରେ କେବେ କୌଣସି ତନୟା
ଦିଏନି ବେଶ୍ୟାର ପରିଚୟ ,
ଆଶା ରଖେନାହିଁ ସସ୍ନେହ ପ୍ରୟାସେ
ହେବ ବୋଲି ତା'ର ପରିଣୟ ।