STORYMIRROR

Sambit Srikumar

Tragedy Inspirational

4  

Sambit Srikumar

Tragedy Inspirational

ଦାଦନର ଦୁଃଖ

ଦାଦନର ଦୁଃଖ

1 min
246


ଖଟୁଛି ମୁଁ ଦାଦନ ଆଜି ବିଦେଶ ମାଟିରେ

ଗଢୁଛି ଆନର ପ୍ରାସାଦ ଲହୁ ଓ ଲୁହରେ

ଭିଟାମାଟି ବନ୍ଧା ପଡିଛି ସାହୁକାର ଘରେ

ଉଜୁଡ଼ା ଧାନ କ୍ଷେତ ମୋତେ ଉପହାସ କରେ।


ପର ଦୁଆରେ ପଡ଼ିଛି ଦି' ପଇସା ଆଶାରେ

ସେ' ଆଶା ସବୁ ମରେ ମନରେ ମନରେ

ବିବାହ ବ୍ରତ ଯାନିଯାତ୍ରା ମେଳା ମଉଛବରେ

ମୁଁ ସଦା ବନ୍ଦୀ ଥାଏ ସୁଦୂର ପ୍ରବାସରେ।


ସଖା ସହୋଦର ସଙ୍ଗାତ ସଭିଏଁ ବହୁ ଦୂରେ

ବାରେ ଦେଖିବାକୁ ଏ ପରାଣ ମୋର ଝୁରେ

ମୁଣ୍ଡ ବିକିଛି ଯେହେତୁ ଇତର ପାଶରେ

ସହିବାକୁ ପଡେ ଅକୁହା ଯନ୍ତ୍ରଣା ଅକାତରେ।


ଦାଦନ ସାଜିଛି ଘର ପରିବାର ଖୁସିର ଦାୟରେ

ଜୀଇଁଛି ଯାହା ମୁଁ ସେଇମାନଙ୍କ ସ୍ମୃତିର ସାହାରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy