Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nabanita Mahapatra

Tragedy

3  

Nabanita Mahapatra

Tragedy

ଅଫୁଟା ଫୁଲ

ଅଫୁଟା ଫୁଲ

1 min
226


ବହୁ ଆକାଂକ୍ଷିତ ସ୍ବପ୍ନ ନେଇ

ଜୀବନ ର ଉପଭୋଗ

 ପ୍ରତୀକ୍ଷିତ ଆଶା ଅନେକ ଉଙ୍କି ମାରେ 

ମନ ର ଗହନେ,

କଳିରୁ ହେବିପୂର୍ଣ୍ଣ,

 ମୁଁ ଅଫୁଟା ଫୁଲ ।

କିନ୍ତୁ ପରିସ୍ଥିତି ର ନିଷ୍ଠୁର କରାଘାତେ

ବୃନ୍ତ ଚ୍ଯୁତ କରେ ମତେ

ଛନ୍ଦି କେତେ ଇନ୍ଦ୍ଜଜାଲ ।

ବୟଃପ୍ରାପ୍ତ ହେବାପୂର୍ବରୁ

 ମୌଳିକତ୍ବ ହରାଇବା,ହାରିଯିବା 

ଯେମିତି ମୋ ଧର୍ମ,

ଗୁଣିମାନୀ ବୋଲାଇ ସମାଜେ

କରେ କେତେକେତେ ଅପକର୍ମ ।

କେତେବେଳେ ମାତୃ ଗର୍ଭୁଁ

  କେତେବେଳେ ଯୌନ ଅପକର୍ମେ,

ବୃନ୍ତ ଚ୍ଯୁତ କରମତେ

 ଭାବନାହିଁ ଟିକେହେଲେ ମର୍ମେ ।

କି ଦୋଷ ମୁଁ କରିଥାଏଁଁ ତବ

ମୁଁ ଯେ ଅଜ୍ଞ ଫୁଲଟେ ଅଫୁଟା,

ମାରନାହିଁ କଳିଠାରୁ ମତେ

କରନାହିଁ ଜମା ଘନଘଟା ।

ଦୁନିଆଁ କୁ ଦେଖି ବାକୁ

ମନେ ମୋର ଆଶା ଅସୁମାରୀ,

ଅଳିକରି ସମାଜ କୁ

 କହୁଅଛି କଳି ମୁଁ କୁମାରୀ ।


Rate this content
Log in

More oriya poem from Nabanita Mahapatra