STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ଭକତଙ୍କୁ ଗଲ ଭୁଲି

ଭକତଙ୍କୁ ଗଲ ଭୁଲି

1 min
285


 ଭାବ ବିନୋଦିଆ ଭାବର ଠାକୁର

 ଭକତଙ୍କୁ ଗଲ ଭୁଲି

 ଭଲା ହେଲା କାଳ ଭୟରେ ଆକୁଳ

 ଭିଜୁଛୁ ଲୁହରେ ଖାଲି ।


 ଚାପ ଦେଖିଲୁନି ରଥ ଟାଣିଲୁନି

 ଦେଖିଲୁନି ସୁନା ବେଶ

 ବିନା ଭକତରେ ତୁମ ନୀତିକ୍ରାନ୍ତି

 ବିତିଲାଣି ମାସମାସ

 ଏତେ ବର୍ଷପରେ ନାଗାର୍ଜୁନ ବେଶ

 ବାଇଶି ପାହାଚ ଖାଲି 

 ଭକତଙ୍କୁ ଗଲ ଭୁଲି...।


  ବଡବଡୁଆଙ୍କୁ ବଡଦେଉଳରେ

  ପିଣ୍ଡଦାନ ଦେଲୁନାହିଁ

  ଧରମ ମାସରେ ହବିଷ ପାଇଁକି

  ଆସିଲେନି ପୁରୀ କେହି

  ଦୂରରୁ ଦର୍ଶନ ପତିତପାବନ

  ସିଂହଦ୍ଵାର ଖାଲିଖାଲି

  ଭକତଙ୍କୁ ଗଲ ଭୁଲି.... ।


  କେତେଦିନ ଆଉ ଦେବନାହିଁ ଦେଖା

  ରତନ ବେଦିରେ ଲୁଚି

  ପାହିଯିବ କେବେ ଏଇ ଅମାରାତି

  ଅବସାଦ ଯିବ ଘୁଞ୍ଚି

  କେବେ ମହାପ୍ରଭୁ ଦେଉଳ ଦୁଆର

  ଆମ ପାଇଁ ଦେବ ଖୋଲି 

  ଭକତଙ୍କୁ ଗଲ ଭୁଲି....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy