STORYMIRROR

Anusuya Debta

Tragedy

3  

Anusuya Debta

Tragedy

ପ୍ରିୟତମା

ପ୍ରିୟତମା

1 min
185

ପ୍ରିୟତମା

ଯେବେ ଆସ ତୁମେ 

ଝରେ ନିର୍ଝରଣୀ ମରୁଭୂମିରେ

ମଳୟ ପବନ କହେ 

ବହି ଯାଆ ଥରେ ମୋ ସାଥିରେ।।

ପ୍ରିୟତମା

 ରୂପେ ଅନୁପମା

ତୁମ ହସରେ ଭରିଛି ସୁଧା

ତଥାପି ଲାଗୁଛ ଅଧା

ଯେବେ ପ୍ରେମରେ ପଡ଼ଇ ବାଧା।।

ପ୍ରିୟତମା

ତୁମେ ଦେଇଥିଲ

ସ୍ମୃତି ଇନ୍ଦ୍ରଧନୁର ସୁଷମା

କହିଥିଲ ମତେ

ହେବି ଦିନେ ତୁମ ପ୍ରିୟତମା।।

ପ୍ରିୟତମା

ମନେ ଭରିଥିଲ

ଅନୁଭୂତି ର ଏ ସବୁଜିମା

ମନା କହୁଥିଲା

ତୁମେ ପୂର୍ଣ୍ଣିମା ରାତିର ଚନ୍ଦ୍ରମା।।

ପ୍ରିୟତମା

ମୋ ବିଶ୍ବାସର ତୁମେ

ଦେଇଗଲ ଯେଉଁ ପ୍ରତାରଣା

ଦେଖୁଛି ଆଜି ମୁଁ

ଅସ୍ତ ଅରୁଣ ର ସେ ଲାଲିମା ।।

ପ୍ରିୟତମା

ମୋ ପ୍ରେମରେ ବୋଲି

ଅବିଶ୍ବାସ ଓ ମିଥ୍ୟାବାଦିର କାଳିମା

ଚାଲିଗଲ ଦୁରେ

ଟପିଗଲ ସବୁ ପ୍ରେମ ସୀମା।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy