ପ୍ରିୟତମା
ପ୍ରିୟତମା
ପ୍ରିୟତମା
ଯେବେ ଆସ ତୁମେ
ଝରେ ନିର୍ଝରଣୀ ମରୁଭୂମିରେ
ମଳୟ ପବନ କହେ
ବହି ଯାଆ ଥରେ ମୋ ସାଥିରେ।।
ପ୍ରିୟତମା
ରୂପେ ଅନୁପମା
ତୁମ ହସରେ ଭରିଛି ସୁଧା
ତଥାପି ଲାଗୁଛ ଅଧା
ଯେବେ ପ୍ରେମରେ ପଡ଼ଇ ବାଧା।।
ପ୍ରିୟତମା
ତୁମେ ଦେଇଥିଲ
ସ୍ମୃତି ଇନ୍ଦ୍ରଧନୁର ସୁଷମା
କହିଥିଲ ମତେ
ହେବି ଦିନେ ତୁମ ପ୍ରିୟତମା।।
ପ୍ରିୟତମା
ମନେ ଭରିଥିଲ
ଅନୁଭୂତି ର ଏ ସବୁଜିମା
ମନା କହୁଥିଲା
ତୁମେ ପୂର୍ଣ୍ଣିମା ରାତିର ଚନ୍ଦ୍ରମା।।
ପ୍ରିୟତମା
ମୋ ବିଶ୍ବାସର ତୁମେ
ଦେଇଗଲ ଯେଉଁ ପ୍ରତାରଣା
ଦେଖୁଛି ଆଜି ମୁଁ
ଅସ୍ତ ଅରୁଣ ର ସେ ଲାଲିମା ।।
ପ୍ରିୟତମା
ମୋ ପ୍ରେମରେ ବୋଲି
ଅବିଶ୍ବାସ ଓ ମିଥ୍ୟାବାଦିର କାଳିମା
ଚାଲିଗଲ ଦୁରେ
ଟପିଗଲ ସବୁ ପ୍ରେମ ସୀମା।।