STORYMIRROR

pravasini Senapati

Tragedy

3  

pravasini Senapati

Tragedy

ଅବୁଝା ସମ୍ପର୍କ

ଅବୁଝା ସମ୍ପର୍କ

1 min
260


ଯଦି କେବେ ଭାସିଯାଏ ସମୟର

        ଉଜାଣି ସୁଅରେ.......

ଜାଣେ ମୋତେ ଭୁଲି ଯିବ ସବୁ,

କାହିଁକି ବା ମନେ ରଖିଥାନ୍ତ ?

ମୁଁ ତୁମର ଅଟେ ଅବା କିଏ ??


ଜୀବନର ଅନ୍ଧାରୀ ରାସ୍ତାରେ ....

କେତେ ଚିହ୍ନା ଅଚିହ୍ନା ଭିଡରେ.....

ଦେଖା ହୁଏ କେଉଁ ମୁହୂର୍ତ୍ତରେ..........

ସବୁ କଣ ମନେ ରଖିହୁଏ ???


କିଛି ମୁହଁ ଏମିତି ବି ଥାଏ....

ଲାଗେ ସତେ କେଉଁ ଜନମରେ.... 

ବନ୍ଧା ଥିଲା ନିବିଡ଼ ଭାବରେ........

କେଉଁ ଏକ ସମ୍ପର୍କ ରଜ୍ଜୁରେ ।


ସେଇ ମୁଁହ ପଡିଲେ ଆଖିରେ.....

ହୃଦୟ ଟା ଆନ୍ଦୋଳନ କରେ.........

ସ୍ନେହ, ପ୍ରେମ ଜାଗଇ ଅନ୍ତରେ.........

ଅବୁଝା ସେ ସମ୍ପର୍କ ମୋହରେ ।


ତଥାପି ବି ଆଶା ଏ ଅନ୍ତରେ...

ମୋ ସ୍ନେହର ପ୍ରତିବଦଳରେ.....

ମୁଁ ବିଦାୟ ନେଇ ଯିବା ପରେ..........

ଲୁହ ଟୋପେ ଢ଼ାଳି ଦେବ ମୋ'ରି ସ୍ମୃତିରେ ।

 ବି.... ଦା..... ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy