STORYMIRROR

Bharati Bhusan Das

Abstract Tragedy

3  

Bharati Bhusan Das

Abstract Tragedy

ତୋ ପଣତକୁ ଝୁରୁଛି

ତୋ ପଣତକୁ ଝୁରୁଛି

1 min
192


        

ନେହୁରା ହୋଇ ପୁଅଟି କହୁଛି

      ବୋଉଲୋ........

ମୁଁ ଆଉ ଦୁଷ୍ଟ ହେବିନି

      ତୁ ଆଉ କହିବୁନି

ନିଆଁଲଗା.......…ସତିଆନାଶିଆ

      ଭାରି ଉତୁକଳ ହଉଛି......

ଧରିବୁନି ଆଉ ହାତରେ ପହଁରା

      ଖୋଜିବୁନି କି ଛାଞ୍ଚୁଣି

କିବା କହିବୁନି........

      କୁଆଡେ ଗଲା ସେ ଗୋଜଣା

ଆଣିଲ.........

        ତାକୁ ମୁଁ ସାବାଡ କରୁଛି

ବୋଉଲୋ....... ଭାରି ଭୟ ଲାଗେ

      ତୋ ଠାରୁ ମାଡ଼

ସତ,ମୁଁ ଏଇନେ କହୁଛି

ମାଡ଼ କାଟେ ନାହିଁ......... ହସୁଥାଏ ମୁହିଁ

  ହେଲେ କାନ୍ଦୁଥାଏ ବେଶୀ କହୁଛି

ମାଡ଼ ଖାଇ ଯେବେ ମୁହିଁ ହସୁଥାଏ

   ମୁଁ, ତୋତେ ଛପିକି ଦେଖିଛି

କାନ୍ଦୁଥାଉ ବେଶୀ ପଣତକୁ ପୋଛି

ଆଜି ମୁଁ ସତ କହୁଛି

ତୋ ଗାଳି ପରା ଦାଣ୍ଡ ଧୂଳି ବୋଲି

  ଶୁଣିଥିଲି ବହୁ ଆଗରୁ

ମାଡ଼ ଦେଲାବେଳେ ପଣତକୁ ଭିଡି

     ଲୁଚି ଯାଉଥିଲି ପଛରୁ

ପିଲାବେଳ କଥା ସରିଗଲା ପରେ

     ଭେଣ୍ଡିଆ ଯୁବକ ହୋଇଲି

ବୋହୁ ଖୋଜିବାକୁ କେତେ କହୁଥିଲୁ

ବାପାଙ୍କର ପାଖେ ଦେଖିଲି

ଭାରି ଖୁସିଥିଲୁ ବାହା କରିବାରେ

   ପଡୋଶୀ ଙ୍କ ସାଥେ ବଡେଇ

ବାହାଘର ବେଳେ ବରବେଶ ଦେଖି

     ଲୁଚି କାନ୍ଦୁଥିଲୁ ସକେଇ

ଗୋଡକୁ ଲମ୍ବେଇ ଦହି ଖୋଇଦେଇ

     ପୋଛିଦେଲୁ ତୁଣ୍ଡ ପଣତରେ

ମଥାରେ ଗୋଟିଏ ଚୁମା ଭରିଦେଇ

    କାନ୍ଦୁଥିଲୁ ଅଜାଣତରେ

ଚାଉଳ ଆଞ୍ଜୁଳି ଭରିଦେଲା ପରେ

   ଢାଳିଦେଲି ତୋ ପଣତରେ

କହୁଥିଲୁ ଧନ ହେଲି ମୁଁ ପରରେ

     ଭିଜିଥିଲା ଲୋତକରେ

ବୋଉଲୋ...........

     ଭାରି ମନେପଡେ ସବୁକିଛି କଥା

               ଆଜି ମୁଁ ବସି ଭାବୁଛି

       ତୁ କାନ୍ଦୁଅଛୁ ଏରୁଣ୍ଡି ଦୁଆରେ

           ମୁଁ ପରା ୠଷି ବସିଛି

    କେହିନାହିଁ ଏଠି ବୁଝେଇବାକୁ ମୋତେ

             ମୋ ରୁମାଲଟା ଭିଜୁଛି

ତୋ ପଣତରୁ କାଟିଦେଇ ଖଣ୍ଡେ

      ଦେଇ ଦେ ମୋତେ ମୁଁ କହୁଛି

     ବୋଉଲୋ.......

     ତୋ ପଣତକୁ....ମୁଁ ପରା ଝୁରୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract