STORYMIRROR

Bharati Bhusan Das

Tragedy

3  

Bharati Bhusan Das

Tragedy

ପାପ ତାପ ହାରୀମୁକୁନ୍ଦ ମୁରାରୀ

ପାପ ତାପ ହାରୀମୁକୁନ୍ଦ ମୁରାରୀ

1 min
129

ପାପ ତାପ ହାରୀ ମୁକୁନ୍ଦ ମୁରାରୀ

ନୀଳଶୈଳେ ବିଜେ...... ଗୋବର୍ଦ୍ଧନଧାରୀ......

    ତୁମରି ଆଶ୍ରିତ..... ଏ ସାରା ଜଗତ....

   ପାରି କର ପ୍ରଭୁ...... ନାବଟି ଧରି.....

ପାପ ତାପ ହାରୀ....... ମୁକୁନ୍ଦ ମୁରାରୀ.......।୧।

କେତେ ପାପ ଜୀବନ ରେ.... କରିଛି ହେ ନାଥ....

ତପ କରିନାହିଁ କେବେ....... ନକର ଅନାଥ......

ଚଳେଇ ନିଅ ନାବକୁ..... ଆହୁଲା ମାରି.......

ପାପ ତାପ ହରିଦିଅ..... ମୁକୁନ୍ଦ ମୁରାରୀ.....।୨।

ଯୋଗୀ ମୁଁ ହୋଇ ପାରୁନି..... ଭୋଗରେ ଜୀବନ....

ରୋଗ ଶଯ୍ୟା ସାଉଣ୍ଟୁଛି....... ଭୋଗୁଛି କଷଣ.....

ତୁମେ ଯେବେ ହରିଦେବ..... ପାପ କୁ ମୋର.....

ଭୁଲି ଯିବି ସବୁ ଦୁଃଖ..... ଯାତନା ଠାକୁର.....

     ହରିଦିଅ ପାପ..... ହେ ତପ ରକ୍ଷକ

   ଜୀବନ ମୋ ଯାଉଛି ସରି.......

    ହେ...... ମୁକୁନ୍ଦ ମୁରାରୀ.....

          ହେ....... ମୁକୁନ୍ଦ ମୁରାରୀ......।୩।

ତୁମେ ସିନା ବସି ଅଛ..... ନୀଳ ଶୈଳରେ....

ମୁଁ ବସିଛି ବଡଦାଣ୍ଡେ...... କତରା ପାରି ରେ.....

ଷାଠିଏ ପଉଟି ଭୋଗ....ତୋ ପାଇଁ ହୋଇଛି ଖଞ୍ଜା

ମୋ ପାଇଁ ମାଗୁଛି ପ୍ରଭୁ..... ମୁଠେ ଖୁଦ ଭଜା.....

ହେ ମୁକୁନ୍ଦ ମୁରାରୀ...... ଦୀନବନ୍ଧୁ ଦଇତାରୀ.....

     ପାପ ତାପ ହାରୀ... ମୁକୁନ୍ଦ ମୁରାରୀ....।୪।

ମୋ ପାପ ହିସାବ.... କରିବୁ ତଉଲ

ଶାପ ଦେଇ ଯେବେ..... ଭରିଦେବୁ ମୂଲ.....

ବାନ୍ଧିନେବୁ ମୋତେ..... ଶେଷ ଠିକଣା କୁ......

   ଏତିକି ମାଗୁଣି... କରୁଛି ଗୁହାରୀ......

ନୀଳଶୈଳେ ବିଜେ.... ହେ ଗୋବର୍ଦ୍ଧନଧାରୀ....

ପାପ ତାପ ହାରୀ...... ମୁକୁନ୍ଦ ମୁରାରୀ.....।୫।

ହେ କୃଷ୍ଣ ଗୋବିନ୍ଦ.... ହେ ମଧୁସୂଦନ....

ହେ ବିଶ୍ଵନିୟନ୍ତା...... ହେ ଚକାବଦନ......

କେଉଁ ନାମ ଧରି..... ଡାକିବି ତୁମକୁ.......

ନଜାଣେ ମୁଁ..... ଆଜ...... ହେଉଛି ଘାରି......

ହେ ମୁକୁନ୍ଦ ମୁରାରୀ........ ହେ ମୁକୁନ୍ଦ ମୁରାରୀ....

ପାପ ତାପ ହାରୀ....ହେ....ମୁକୁନ୍ଦ ମୁରାରୀ...।୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy