Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଅଜୟ କୁମାର ବେହେରା

Romance Tragedy

3  

ଅଜୟ କୁମାର ବେହେରା

Romance Tragedy

ପ୍ରତୀକ୍ଷାର ପ୍ରତୀକ୍ଷାରେ

ପ୍ରତୀକ୍ଷାର ପ୍ରତୀକ୍ଷାରେ

1 min
448



     

ମନ ମୋ ଅଥୟ ହେଉନାହିଁ ଥୟ

   ଅତୀତ ସ୍ମୃତିକୁ ଝୁରି,

ମନ ଗହନରେ ପ୍ରେମର ଅନଳ

  ଖୋଜୁଛି ପ୍ରଣୟ ବାରି ।


କେଉଁଠି ଲୁଚିଛି ମୋ ପ୍ରାଣ ବଲ୍ଲରୀ

    ଘାରୁଛି ଅଜଣା ଭୟ, 

ଖିଲି ଖିଲି ହସ ପ୍ରେମର ପରଶ 

    କେମିତି ଭୁଲିବି କୁହ ?


ପ୍ରଥମ ଦେଖାର ଆଖି ଇସାରାରେ

    ପଢିଲି ପ୍ରେମର ପାଠ, 

ପ୍ରୀତି ଚାହାଣୀର ଲାଜୁଆ ମୁହଁରେ 

    ଥରୁଥିଲା ତା'ର ଓଠ ।


ଥିରି ଥିରି ଆସି ପାଖେ ଗଲା ବସି

    ଗାଇଲା ପ୍ରେମର ଗୀତି,

ଶୁଣି ତା'ର ସ୍ୱର ହେଲା ପ୍ରେମ ଜ୍ୱର

    ବଢ଼ିଲା ଦେହର ତାତି ।


ପ୍ରୀତି ଝରଣାର ଶୀତଳ ଜଳରେ

   ମେଣ୍ଟିଲା ସେ ଦିନ ତୃଷ୍ଣା,

ସେହି ଦିନ ଠାରୁ ଅପେକ୍ଷା କରିଛି

   ଲିଭିନି ପାଇବା ଆଶା ।


ବଞ୍ଚି ବଞ୍ଚି ମରେ ତା'ର ପ୍ରତୀକ୍ଷାରେ

   ସରୁନି ପ୍ରତୀକ୍ଷା ସ୍ୱପ୍ନ,

ଭୁଲି ନାହିଁ କେବେ ଭୁଲି ପାରିବିନି

   ସେହି ରୂପ ଯଉବନ ।


ତୃଷାର୍ତ୍ତ ହୃଦୟ ଖୋଜୁଛି ଠିକଣା

   ଲାଗିଲାଣି ଭାରି ଥକା,

ଚାଲିବା ସାମର୍ଥ୍ୟ ହ୍ରାସ ପାଇଲାଣି

  ଚାଲି ପାରୁନାହିଁ ଏକା ।


ହୃଦୟ ସ୍ପନ୍ଦନେ ଦେହରେ କମ୍ପନ

   ରାତି ଲାଗେ ଦିନ ପରି 

ଫେରିବା ବାଟକୁ ଅନେଇ ବସିଛି

 କେବେ ଆସିବ ସେ ଫେରି ??



Rate this content
Log in