ମାଂସ
ମାଂସ
ନିଜେ ତ
ରକ୍ତ ଓ ମାଂସରେ ତିଆରି
ପୁଣି
ମାଂସ ପାଇଁ
ଏତେ କଲବଳ କାହିଁ?
ନିଜେ ତ ଆଘାତ ହେଲେ
ପ୍ରାଣ ଛାଡ଼ିଯାଏ
ମାଂସ ପାଇଁ କିଆଁ
ତୁମ ବିବେକ ମରିଯାଏ?
ନିଜ ଝିଅ ଅଟେ ତୁମ
ହୃଦୟର ମାଆ
ପର ଝିଅ ପାଇଁ
କିମ୍ପା କର ନାହିଁ ଆହାଃ?
ମାଂସ ପାଇଁ
ହତ୍ୟାକାରି
ପୁଣି ହୁଅ ବଲାତ୍କାରୀ
ଧନ୍ୟ ତୁମ ମଣିଷ ଜନମ
ସାଜ ଦୁନିଆ ବଇରୀ ।
ମନେରଖ ତୁମେ
ସବୁ ହେ ନରରାକ୍ଷସ
ଜଳିବ ତୁମ ସଂସାର
ଭସ୍ମ ହେବ ତୁମ ସପନ
ପୁଣି ଦିନେ ହେବ ସର୍ବନାଶ ।
