ବେଦନା
ବେଦନା
ତୁମେ ଗଲା ପରେ ଶୁନ ସାନ ଲାଗେ
ଗାଆଁ ଦାଣ୍ଡ ନଦୀ ତୁଠ
ବିରହ ଜ୍ଵଳାରେ ବିବର୍ଣ ଦିଶଇ
ତୁଠ ପଥର ର ବେଶ
ତୁମରି ପରଶ ପାଇବାର ଲାଗି
ହୃଦୟରେ ଧରି ଆଶା
ଚାତକ ପରି ସେ ଚାହିଁ ରହିଅଛି
ପାଇବାକୁ ତୁମ ସ୍ପର୍ଶ ।
ବାଟ ହୁଡି ତୁମେ ଚାଲିଗଲ ପ୍ରିୟା
ପଛକୁ ଚାହିଁଲ ନାହିଁ
କଥା ଥିଲା ଆମ ଯେତେ ଯାହା ହେଉ
ମିଳିବା ଶେଷରେ ଯାଇ
ଆଖି ଲୁହ ସୁଖୀ ଆଖିରେ ମରିଲା
ବେଦନା ଚିରିଲା ହିଆ
ମରିବି ପାରୁନି ଜିଇଁ ବି ପାରୁନି
ତୁମ ସ୍ମୃତି ଲଗାଇଛି , ମୋ ହୃଦୟେ ନିଆଁ ।