STORYMIRROR

Akshaya kumar Rout

Comedy

3  

Akshaya kumar Rout

Comedy

ସାହିତ୍ୟ ଚାଷ

ସାହିତ୍ୟ ଚାଷ

1 min
208


ସହର କୁ ସବୁ ଧାଇଁଛନ୍ତି ଲୋକେଚାଷ ହେଉନାହିଁ ଗାଁ ରେ ଗାଁ ଜମି ସବୁ ଟାଙ୍ଗରା ହେଲାଣିସହରୀ ସଭ୍ୟତା ନାଁ ରେଭଲ ଚାଷ ଗୋଟେ ବାହାରିଛି ସହରେ ସାହିତ୍ୟ ସାହିତ୍ୟ ଚଷୁଛନ୍ତି ଲୋକେ ଗାଲୁଆ ଙ୍କ ବାରବାଟି ଚାଷ ନାଁ ରେ ।

ପାଠକ ଙ୍କ ସଙ୍ଖ୍ୟା ନ କହିଲେ ଭଲଲେଖକ ମାଳକୁ ମାଳକାଲିଯାଏ ଯିଏ ପାଠକ ଥିଲାଆଜି ଲାଗିଛି ଲେଖକ ର ମୋହରଏ ସବୁ ସୋସିଆଲ ମିଡ଼ିଆ ଖେଳକପି ପେଷ୍ଟ ରେ ହେଉଛି ଚୋର ପୁଲିସ ଖେଳ ।

ଛତୁ ଫୁଟିଲା ପରି ସାହିତ୍ୟ ଅନୁଷ୍ଠାନନାହିଁ ଯେ ଗୋଟାଏ ଘରମୋବାଇଲ୍ ଆଉ କମ୍ପ୍ୟୁଟର ରେ ଚାଲିଛି ଫୋଟୋ ଏଡିଟିଙ୍ଗ ଖେଳଇ ମାନପତ୍ର ଏମିତି ମିଳୁଛି ଯେମିତି ଟଙ୍କିକିଆ ଚାଉଳମାନପତ୍ର ଯିଏ ବାଣ୍ଟୁଛିତାଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ଦରକାର ।

ଗୁଗଲ ମିଟ୍, ହ୍ୱାଟସଅପ୍ ରେକବିତା ପଠନ,କବିତା ବର୍ଣ୍ଣନଖୁବ୍ ଜୋର୍ ରେ ଚାଲିଛିସହର ସହର କଲୋନୀ କଲୋନୀସାହିତ୍ୟ ସଭା ବି ଚାଲିଛିବଡ଼ ଆଡ଼ମ୍ବରେ ,ହୋଟେଲ ରୁମ୍ ରେ ଚାଲିଛି କବିତା ପାଠନାହିଁନ୍ତି ପାଠକ,ନାହାଁନ୍ତି ଶ୍ରୋତାଖାଲି କବି, କବୟିତ୍ରୀ ଙ୍କ ନାଟପରସ୍ପର ଙ୍କୁ କରନ୍ତି ପ୍ରଶଂସାଗାମୁଛା ସହିତ ଦେଇ ମାନପତ୍ର ସଭା ଶେଷରେ ହିସାବ ହୁଅଇ କିଏ କଲା କେତେ କଣ୍ଟ୍ରିବ୍ୟୁଟ୍ ସାହିତ୍ୟ ଉପାଧି ନାହିଁ ଆଉ ଭାଇନେଇ ଗଲେ ସବୁ ଟାଣି ଘୋଷାରିନିଜ ମନ ଇଚ୍ଛା ଉପାଧି ଦିଅନ୍ତି ନିଜକୁସତେ ଜ୍ଞାନପୀଠ ପୁରସ୍କାର ବିଜେତା ପରି ।

ଭାଷା ସାହିତ୍ୟର ଉନ୍ନତି ପାଇଁହେଉ ସାହିତ୍ୟର ଚର୍ଚ୍ଚାହେଉ ସାହିତ୍ୟ ସଭାନ କମୁ ମାନପତ୍ର ର ମର୍ଯ୍ୟାଦା ନୂତନ ପାଠକ ସୃଷ୍ଟି କରିବା କୁଆମେ ସଂକଳ୍ପ ନେବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy