Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Inspirational Others

4  

KRUTIBAS NAYAK

Comedy Inspirational Others

ଗୁମର ଖୋଲିବି କି ?

ଗୁମର ଖୋଲିବି କି ?

1 min
264


ସିଧାକଥା-୩୦


ବୁଲେଇ ବଙ୍କେଇ କହିବି କାହିଁକି କହୁଛି ମୁଁ ସିଧାକଥା ,

ଅକୁହା କଥାକୁ କହିଦେଲେ କାଳେ କମିଯିବ ଟିକେ ବ୍ୟଥା ।


ବୁଢ଼ିଛେଳି ଯେତେ କଟା ହେବାପରେ ବିକିଦେଉ କହି ଖାସି,

ମୂଲିଆ ହଳିଆ ଦଲାଲ କହନ୍ତି ଆମେ ହିଁ ଅସଲ ଚାଷୀ ।


ସବୁଜ ପରିବା ପାଚିଲା କଦଳୀ ସବୁମିଳେ ରଙ୍ଗଦିଆ,

ନକିଲି ଔଷଧ ଭେଜାଲ ସଉଦା କମ୍ପାନୀ ତ କପଟିଆ ।


ପାଠ ପଢ଼ିସାରି ଚାକିରୀ ନ ପାଇ ଶିକ୍ଷକତା କଲା ଯିଏ,

କିଛି ନ ହେଲେ ବି ଅବସର ପରେ ଶିକ୍ଷାବିତ ହୁଏ ସିଏ ।


ଅକ୍ଷର ଚିହ୍ନେନା ଦନେଇଁର ମାଆ ସରପଞ୍ଚ ହୋଇଗଲା,

ଆମ ଗାଁ' ମାଧିଆ ସମିତିର ସଭ୍ୟ ଶୁଖୁଆ ବେପାରୀ ଥିଲା ।


ଦେଶକୁ ଲୁଟନ୍ତି ଆମ ରାଜନେତା କିଣନ୍ତି ଭୋଅଟ ଯେତେ,

ଗୋଦରା ଗୋଡ଼ିଆ ଯନ୍ତ୍ରୀ ଅଫିସର କୋଡ଼େ ଯେତେ ମାଡ଼େ ସେତେ ।


ତେଲ ତ ନକିଲି ପାଣି ବି ନକିଲି, ନକିଲି ଦୋକାନ ବିଷ,

ଆମରି ବିଲରେ ଫସଲଠୁଁ ବେଶି ହେଉଛି ଗଞ୍ଜେଇ ଚାଷ ।


ଧନୀଲୋକ ପାଇଁ ସବୁ ତ ଅଭାବ ଗୁମର ଖୋଲିବି ନାହିଁ,

ଗରିବ କହୁଛି ବଢିଆ ଚାଲିଛି ଦେଶର ମାଲିକ ମୁହିଁ ।

#ସିଧାକଥା


Rate this content
Log in

Similar oriya poem from Comedy