Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapaswini Rath

Comedy

4  

Tapaswini Rath

Comedy

କୋରନା

କୋରନା

1 min
70


କୋରନା


କୋରନା କହେ ମତେ ଡ଼ରନା 

ମୋତେ ଆଉ ଭଲ ଲାଗୁନି ଭାରତ 

ଏଠି ଲୋକ ଙ୍କର ଭଲ ନୁହେଁ ହରକତ ।

ଏମାନେ ଖାଆନ୍ତିନି ସାପ ବେଂଗ କଞ୍ଚାମାଂସ 

ରଖନ୍ତି ବ୍ରତ ଉପବାସ ଖାଆନ୍ତି ନିରାମିଷ ।

ସ୍ୱାଗତ ପାଇଁ ନ କରନ୍ତି ଅଧର ଅଧରେ ସ୍ପର୍ଶ 

ନତ ମସ୍ତକେ ହସ୍ତ ଯୋଡିବାରେ ସିଦ୍ଧହସ୍ତ ।

ଏଠି ମୋଦିଙ୍କ ଚାଲେ ରାଜ୍ 

ରାସ୍ତାରେ ଘାଟରେ ପୋଲିସ୍ କରନ୍ତି ଲାଠି ଚାର୍ଜ ।

ମାସ୍କ ପିନ୍ଧନ୍ତି ଘରେ ରୁହନ୍ତି

ନ ହୁଅନ୍ତି କେଵେ ଘରୁ ଵାହାର 

ଏଠି ଅନ୍ ଲାଇନ୍ରରେ ଚାଲେ ବଜାର ।

ମୋ ଧ୍ୱଂସ ପାଇଁ ଗଢ଼ିଛନ୍ତି କୋରେଣ୍ଟାଇନ୍

ସୁରତଫେରନ୍ତାଙ୍କ ଲାଗେ ଏଠି ଲମ୍ବା ଲାଇନ୍ ।

ତାଙ୍କ ଘରେ ନାହିଁ ଚୁଲି ଚାଳ

ଏଠି ଡ଼ାଲମା ଭାତ ପାଇଁ କରନ୍ତି ଖେଳ ।

କିଏ କରେ ଟିକ୍ ଟକ୍ କିଏ ଖେଳୁଛି ତାସ୍ 

ଆଉ ପୁଣି କିଏ ମାଗୁଛି ଆମକୁ ଦିଅ 

ଚିକେନ୍ ମଟନ୍ ଖାସ୍ ।

ମୋ ଧ୍ୱଂସ ପାଇଁ ଏଠି ଚାଲେ ରୀତିମତ ପ୍ଲାନ୍

ମୁଁ ହେଲେ ଣି ଏଠି ପୁରା ବଦନାମ୍ ।

ଏତେ ଦେଶ ବୁଲି ଆସିଲି 

ମୃତ୍ୟୁ ର ଵିଭିଷୀକା ରଚିଲି ।

ମୋ ପ୍ଲାନ ଏଠି ହେଲା ଫେଲ୍ 

ଠିକ୍ ଟାଇମ୍ ରେ ମୋଦି ବଜେଇ 

ଦେଲେ ଵେଲ୍ ।

ଜ୍ୟୋତିଷ ଙ୍କ ଵାଣୀ ହେବ ସତ 

ମୁଁ ନିଶ୍ଚେ ଛାଡ଼ିବି ଭାରତ ।

ପୁଣି ସ୍କୁଲ କଲେଜ୍ ଖୋଲି ଵେ 

ପିଲେ ତୁମର ପାଠ ପଢି ବେ 

ଦେଶ ପାଇଁ କେତେକ କାମ କରିଵେ ।

ମୋ ପାଇଁ ତୁମ ଅର୍ଥନୀତି ଵାଧାପ୍ରାପ୍ତ 

ସ୍ୱଦେଶୀ ଖାଅ ସ୍ୱଦେଶୀ ପିନ୍ଧ

ଵିଦେଶୀ ଦରଵ କର ବର୍ଜନ

ପୁଣି ସାରା ବିଶ୍ୱରେ 

ଭାରତ କରିଵ ଗର୍ଜ୍ଜନ ।


Rate this content
Log in

More oriya poem from Tapaswini Rath

Similar oriya poem from Comedy