Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Comedy Inspirational

4  

KRUTIBAS NAYAK

Comedy Inspirational

ଚିତ୍ର ଚରିତ - 52 କବିତା: ପୂଜା

ଚିତ୍ର ଚରିତ - 52 କବିତା: ପୂଜା

1 min
209


ଶିବଙ୍କର ସାପ ତ୍ରିଶୂଳ ପୂଜୁଛୁ ଦୁର୍ଗାଙ୍କର ସିଂହ-ଖଣ୍ଡା,

ବିଷ୍ଣୁଙ୍କର ଚକ୍ର ଇନ୍ଦ୍ରଙ୍କର ବଜ୍ର ହନୁମାନଙ୍କର ଗଦା |


ଭୂତକୁ ପୂଜୁଛୁ ପ୍ରେତକୁ ପୂଜୁଛୁ ଆମେମନେ ଅଛି ଭୟ |

ଗୁଣ୍ଡାକୁ ପୂଜୁଛୁ ନେତାଙ୍କୁ ପୂଜୁଛୁ ପୂଜା ମିଛ ଅଭିନୟ |


ଅଫିସକୁ ଗଲେ ଡରି ମରି ଲୋକେ କରିଥା'ନ୍ତି ନମସ୍କାର,

ଓକିଲ ଡାକ୍ତର ପାଖେ ପୂଜାକରେ ଜୀବନ ଯାଉଛି ଯା'ର |


ବ୍ରାହ୍ମଣ ବାବାଜୀ ଅଜ୍ଞାନ ହେଲେ ବି ତାଙ୍କୁ କରୁଛୁ ପ୍ରଣାମ,

ପଥର ବସେଇ ସିନ୍ଦୂର ଲଗାଇ ପୂଜା କରୁ ରାତିଦିନ |


ଯିଏ ଯେତେ ଦୁଃଖ ଅଧିକ ଦେଉଛି ସିଏ ସେତେ ପୂଜା ପାଏ,

ହଇରାଣ କଲେ ଅଧିକ ମିଳିବ ଲାଞ୍ଚୁଆ ହିଁ ଜାଣିଥାଏ |


ଅସଲ ପ୍ରଣମ୍ୟ ପୂଜ୍ୟ ପିତା-ମାତା ପାଆନ୍ତି କି କେବେ ପୂଜା ?

ଗୁରୁ-ଅନ୍ନଦାତା ଆଶ୍ରୟଦାତାଙ୍କ ନାମରେ ଉଡ଼ାଉ ମଜା |


ପାଉଛୁ ଯାହାଠୁଁ ସବୁଠାରୁ ବେଶି ସିଏ ତ ପ୍ରକୃତି ରାଣୀ,

ମାଟି-ମାଆ ପୂଜା ଦେବା-ଦେବୀ ଭକ୍ତି କିଏ କରୁଛି କେଜାଣି ?



Rate this content
Log in