ଚିତ୍ର ଚରିତ - 57 କବିତା: ବୋତଲ
ଚିତ୍ର ଚରିତ - 57 କବିତା: ବୋତଲ
ଜନମରୁ ପୁଣି ମରଣ ପର୍ଯ୍ୟନ୍ତ ବୋତଲ ହେଲା ମୋ ସାଥୀ,
ଜନମ ବେଳକୁ ଆସିଲା ଘରକୁ ବୋତଲ ଜାତିକି ଜାତି |
ମାଆକ୍ଷୀର ଛାଡ଼ି ବୋତଲ କ୍ଷୀରକୁ ଆଦରିଲି ଜାଣି ଜାଣି,
ବଡ଼ହେଇ ପୁଣି ମିନେରାଲ ନାମେ ପିଇଲି ବୋତଲ ପାଣି |
ପାନୀୟ ମିଳିଲା କାଚ ବୋତାଳରେ ସୁଆଦିଆ ଥଣ୍ଡା ମିଠା,
ବେମାର ହେବାରୁ ଔଷଧ ଖାଇଲି ବୋତଲ ଶିରପ ପିତା |
ସାଙ୍ଗ-ସାଥୀ ମେଳେ ଭୋଜି ଖାଉଖାଉ ଚାଖିଲି ବୋତଲ ଦାମୀ,
ବୋତଲ ସୁଆଦ ପାଗଳ କରିଲା ହେଇଗଲି ବଦନାମୀ |
ବୋତଲ ବୋତଲ ବୋତଲରେ ମୋର ଆସିଗଲା ଶେଷବେଳ,
ଶେଷବେଳ ଜାଣି ବୋତଲରୁ ଆଣି ଦେଇଦେଲେ ଗଙ୍ଗାଜଳ |