STORYMIRROR

Saroj Satpathy

Comedy

4  

Saroj Satpathy

Comedy

ଇଉଜ୍ ଏଣ୍ତ୍ ଥ୍ରୋ

ଇଉଜ୍ ଏଣ୍ତ୍ ଥ୍ରୋ

1 min
17


ଲେଖାଲେଖି ନେଇ କଲମଟେ ପାଇଁ

   ବଜାର ଚାଲିଲି ମାଡି

ଦୋକାନୀ ଭାଇ ତା କଲମ ପେଡିରୁ

    ଆଣିଲା ଚାରିଟା କାଢି


କଲମକୁ ଧରି ପଚାରିଲା ମୋତେ

   "କଅଣ କରନ୍ତି ଭାଇ"

ତୁମ ଲେଖାପଢା ଅଭ୍ୟାସକୁ ନେଇ

   କଲମ ଦେବି ଧରେଇ


ବିନମ୍ରେ କହିଲି ଲେଖକଟିଏ ମୁଁ

   ଲେଖିବାଟା ମୋର ନିଶା

ପେଶାରେ ବେତନଭୋଗୀ କର୍ମଚାରୀ

  ଚାକିରି ମୋର ବେଉସା


ଦାମୀ କଲମଟେ ମୋ ଆଗରେ ଥୋଇ

    କହିଲା ନିଅ ହେ ଭାଇ

ହେଇଥାଅ ଯଦି କ୍ରାନ୍ତିକାରୀ ତୁମେ

    ନାଲି କଲମଟି ସହି


ଲେଖୁଥାଅ ଯଦି ଅକାଳେ ସକାଳେ

    କଲମରେ କିଆଁ ଲୋଭ

ନେଇଯାଅ ଗୋଟେ ନେଳିଆ ରିଫିଲ୍ 

    ଲେଖିବାକୁ ବାଗ ହେବ


ନାଇଁ ଯଦି ତୁମେ ମୁଖପୁସ୍ତିକାରେ

   ଲେଖୁଅଛ ନୂଆନୂଆ

ଆଜିକାର ଲେଖା ଆସନ୍ତା କାଲିକୁ

   ପଚା ଗନ୍ଧ ଛାଡେ ଯାହା


ମୋତେ ଯାହା ଲାଗେ ନୂଆନୂଆ ତୁମେ

   ଲେଖାରେ କରୁଛ ଗ୍ରୋ

ତୁମ ଲେଖା ଭଳି କିଣି ନିଅ ଗୋଟେ

    ପୂରା ଇଉଜ୍ ଏଣ୍ତ ଥ୍ରୋ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy