STORYMIRROR

Saroj Satpathy

Comedy

4  

Saroj Satpathy

Comedy

ବିବାହ କଥାମୃୃୃୃତ

ବିବାହ କଥାମୃୃୃୃତ

1 min
22.6K

ବାହାଘର ପରିଭାଷା ହୋ ବର କନିଆଙ୍କ ଦଶା

    କାହା ପାଇଁ ଏତ ବିବାଦ,ବିଷାଦ

    କାହା ପାଇଁ ପୁଣି ବିକାଶ,ବିଳାସ

କାହା ପାଇଁ ସର୍ବନାଶ ହୋ କାହା ପାଇଁ ସର୍ବନାଶ


ବିବାହ ଲଡୁର ମଜା ହୋ ଦେଖିବାକୁ ଭାରି ତାଜା

    ଖାଇଲା ଲୋକଟି ଛାଡଇ ବୋବାଳି 

    ନଖାଇଲା ଲୋକ ପାରେନି ସମ୍ଭାଳି

ବାହା କଥା ମନେ ଭାଳି ହୋ ବାହା କଥା ମନେ ଭାଳି


ଘଟସୁତ୍ରର ବଜାର ହୋ ଭାଗିଦାରିର ବେପାର

    ବେପାରରେ ପୁଞ୍ଜି ଲଗାଏଟି ବର

    ଲାଭ ଖାଏ ଏଠି କନ୍ୟା ନିରନ୍ତର

ବର ବିଚରା ଫକିର ହୋ ବର ବିଚରା ଫକିର 


ନାନା ଜାତି ଲୋକ ପାଇଁ ହୋ ସ୍ବୟମ୍ବର ସାହାନାଇ

    ନେତା ପାଇଁ ବାହା ମିଳିତ ଶାସନ

     କବି,କଳାକାର ପାଇଁ ସନମାନ

ଦାରୀ ପାଇଁ ପ୍ରହସନ ହୋ ଦାରୀ ପାଇଁ ପ୍ରହସନ


ବର କନିଆଙ୍କ ଯୋଡ ହୋ ବାହା ବଜାରର ଭିଡ

    ଚିନ୍ତା ଘାରି ଆସେ ବର ଜୀବନରେ

    ବିରାମ ଲାଗଇ କନିଆ ଚିନ୍ତାରେ 

ଶୁଭ ପରିଣୟ ପରେ ହୋ ଶୁଭ ପରିଣୟ ପରେ


ବାହା ପୁସ୍ତକରେ ଲେଖା ହୋ ସଭିଙ୍କ ଜୀବନ ରେଖା

     ସୁରୁ ହୁଏ ବହି ସୁନ୍ଦର ପଦ୍ୟରେ

    ଶେଷ ପୃଷ୍ଠା ଦେଖ ଗଦ୍ୟ ଲିଖନରେ

ଅଛି ଦାମ୍ପତ୍ୟ ସୁଖରେ ହୋ ଅଛି ଦାମ୍ପତ୍ଯ ସୁଖରେ


ଜନସଂଖ୍ୟା ବିସ୍ପୋରଣ ହୋ ବିବାହର ଅନ୍ୟ ନାମ

     ବିବାହ ବନ୍ଧନେ ଦେଇ ଜୟମାଲ୍ୟ

      ବୃଦ୍ଧି କର ନିତି ମାନବ ସମ୍ବଳ

ଦେଶ ହେଉ ଟଳମଳ ହୋ ଦେଶ ହେଉ ଟଳମଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy