STORYMIRROR

Saroj Satpathy

Comedy

3  

Saroj Satpathy

Comedy

କରୋନା ଟାଇମପାସ୍

କରୋନା ଟାଇମପାସ୍

1 min
28


ଯେଉଁଦିନ ଠାରୁ ଆମ ରାଇଜକୁ

  ଚାଇନା ଭୂତାଣୁ ଆଇଲା

କରୋନା ଶଙ୍କାରେ ସେହିଦିନ ଠାରୁ

  କବିତା ଲେଖିବା ନୋହିଲା


ଶବ୍ଦଗୁଡା ସବୁ ଲକ୍ ହୋଇଗଲେ

   ଲକଡାଉନ ହେବା ଭୟରେ

ଭାବ ଯେତେ ସବୁ ସଙ୍ଗରୋଧ ହେଇ

   ପଶିଗଲେ କୋଉ କୋଣରେ


ଶବ୍ଦ,ପଦ,ମାତ୍ରା ରହିଲେ ଦୂରରେ

  ଫେରିଲେନି ନିଜ ସ୍ଥାନକୁ

ଛନ୍ଦ,ଅଳଙ୍କାର ଲୁଚିଲେ କେଉଁଠି

   ଆସିଲେନି ଯତିପାତକୁ


ଭାବିଲି ଆଜି ମୁଁ ଲେଖିବି ନିଶ୍ଚୟ

   ଗୋଟେ ଆଧୁନିକ କବିତା

ଏବେକାର କିଛି ନରମ ଗରମ

  ଶବ୍ଦ କିଛି ଅଛି ସାଉଣ୍ଟା


ନୂଆନୂଆ ଶବ୍ଦ କରୋନା,କୋଭିଡ୍ 

   ହଟସ୍ପଟ, କ୍ବାରେଣ୍ଟାଇନ

ଲକ୍ ଡାଉନରୁ ସଟ୍ ଡାଉନ ଯାଏ

   ଜନତା କର୍ଫ୍ୟୁର ଆଇନି 


ମିଳିଗଲେ ଆଉ କିଛି ନୂଆ ଶଦ୍ଦ

   ବୁଣିବି କବିତା ବିହନ

ସାର,ପାଣି ଦେଇ ବଞ୍ଚେଇବି ତାକୁ

  ନ ଗଲା ଯାଏ ସେ କରୋନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy