STORYMIRROR

Saroj Satpathy

Comedy

4  

Saroj Satpathy

Comedy

ନାରୀ ମହଲ (ବ୍ୟଙ୍ଗ କବିତା)

ନାରୀ ମହଲ (ବ୍ୟଙ୍ଗ କବିତା)

1 min
321


ଆଗେ ରେଡିଓରେ ଚାଲୁଥିଲା

ନାରୀମହଲ କାର୍ଯ୍ୟକ୍ରମ

ପରେ ଗାଆଁ ପୋଖରୀ ତୁଠ ନେଲା ତା'ର ସ୍ଥାନ

ମାତ୍ର ଏ ମୋବାଇଲ ଆସିଯିବା ପରେ

କି ସୁନ୍ଦର କାର୍ଯ୍ୟକ୍ରମ ନିତି

ଚାଲୁଥାଏ ନାରୀ ମହଲରେ l


ଠିକ ସନ୍ଧ୍ୟା ଗଡିଗଲା ପରେ

ଗାଆଁ କି ସହର ହେଉ

ନାରୀମାନେ ପଶି ଯାଆନ୍ତି ମୋବାଇଲ ଭିତରେ

ଆଲୋ ଝିଲି ମାଆ...ଶୁଣିଲୁଣି ନା କାଣ୍ଡ

ମିଶ୍ରବାବୁ ଏବେ ଦାସ ବାବୁ ଘରେ ନିତି ଲଣ୍ଡଭଣ୍ଡ

କାହା ବର ପାଉଛି କେତେ ମୋଟା ଉପୁରି

କାହା ଝିଅ କରୁଛି ଓୟୋରେ ଚାକିରୀ

ପଚିଶି ବର୍ଷ ସାଦି ସାଲଗିରା ପରେ

ସନିଆ ମାଇପ ବୁଲୁଛି ଟୋକାଙ୍କ ସାଥିରେ l


ଏମିତି ଦୁନିଆର ଯେତେ ସବୁ ଅଛିଣ୍ଡା କଥା

ସବୁ ଉଗାଳନ୍ତି ଏଠି ଉଠେଇକି ମଥା

ଥାଉ ପଛେ କାମ ଯେତେ ଘରେ

ଘଣ୍ଟାଏ ଗପ ନ ହେଲେ ଉଦର ନ ପୁରେ

ନାରୀ ମହଲରେ ଏସବୁ ନ କଲେ ବାନ୍ତି

ମନର ବେଦନା କି ପଡିବ ଶାନ୍ତି ?


କିଛି ମହିଳା ଏବେ ବାଢୁଛନ୍ତି ଯୁକ୍ତି

ନାରୀମହଲକୁ ଦିଅ ସର୍କାରୀ ସ୍ବିକୃତି

ନାନାଦି ଆଭାସି କାର୍ଯ୍ଯ 

ଯାହା ସବୁ ଚାଲେ ନିତିଦିନ

ନାରୀମହଲ ବିନା ବୃଥା ଏ

ନାରୀ ସଶକ୍ତିକରଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy