STORYMIRROR

Prashant Mahanta

Abstract Comedy Classics

4  

Prashant Mahanta

Abstract Comedy Classics

ଭୋଜି କେବେ ଦବ?

ଭୋଜି କେବେ ଦବ?

1 min
396

ସୌରଭ ଭାଇ ଆମ ଗୌରବ 

ଥାଆନ୍ତି ସଦା ହୋଇ ନୀରବ,


ଯାତରା ହେଉ କି ପୁନି ପରବ

ମିଳନ୍ତି ସଭିଙ୍କୁ ନରଖି ରାଗ, 


ବଣେଇ ବାସୀଙ୍କ ସୁଖ ସରାଗ 

ମନରେ ଉତ୍କଣ୍ଠା ଭାରି ଆବେଗ,


ପାଠରେ ଅଟନ୍ତି ଭାରି ଚତୁର

ଖଣ୍ଡାଧାର ପାଖେ ତାଙ୍କରି ଘର,


ଶିକ୍ଷକ ଚାକିରୀ ତାଙ୍କ ବେଉସା

ଜ୍ଞାନ ଆବଣ୍ଟନ ତାଙ୍କରି ନିଶା, 


ପ୍ରାଣୀ ବିଭାଗରେ ତାଙ୍କରି ଭାବ

ତାଙ୍କୁ ଦେଖିଲେ ଛାତ୍ର ନୀରବ,

 

ଜାଣନ୍ତି ସଭେ ପାତାଳୁ ସରଗ,

ରାଗିଲେ ଭାରିସେ କାଳ ଭୈରବ,


ଆଜିର ଦିନେ ତାଙ୍କ ଆବିର୍ଭାବ 

ହୃଦୟରୁ ଶୁଭେଚ୍ଛା, *ଭୋଜି କେବେ ଦେବ* ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract