STORYMIRROR

Prashant Mahanta

Abstract Comedy Classics

4  

Prashant Mahanta

Abstract Comedy Classics

ଜନ୍ମଦିନ

ଜନ୍ମଦିନ

1 min
11

*ଜନ୍ମଦିନ*

ନୂତନ ଏକ ପ୍ରଭାତ ଏକ ନୂଆ ଆଶା,

ଜନ୍ମଦିନର ଖୁସିଭରେ ବଦଳେ ପରିଭାଷା l

ଶୁଭେ ଫୋନ ଘଣ୍ଟା ମେସେଜ୍ ର ବର୍ଷା, 

"ହାପି ବାର୍ଥ ଡେ" ସହ ଭିଡିଓ କଲ୍ ରେ ବାର୍ତ୍ତା l


ପିନ୍ଧି ନୂଆ ପୋଷାକ ଦର୍ପଣେ ଝାଙ୍କି, 

"କେମିତି ଦିଶୁଛି ମୁଁ?" ମାରେ ମନରେ ଉଙ୍କି l

ଘେନିଯାଏ ଆଶିଷ ମା-ବାପାଙ୍କ ପାଦ ଛୁଇଁ,

ଜାଣେ ଜୀବନର ସବୁଠୁ ମଧୁର ଭେଟ ଏହି l


ସଜାହୁଏ ଘର ଫୁଲ ଓ ରଙ୍ଗୀନ ବେଲୁନ୍ ରେ, 

ଝୁଲେ ବ୍ୟାନର "ହାପି ବାର୍ଥ ଡେ" ପୂର୍ଣ୍ଣ ଶୋଭାରେ,

ଝିକିମିକି ଆଲୁଅର ମାଳା ସହ ମଧୁର ସଙ୍ଗୀତରେ, 

ପ୍ରସ୍ତୁତ ଘରଲୋକ ଆଗନ୍ତୁକ-ମନ ହରିବାରେ l


ସନ୍ଧ୍ୟା ହୋଇଛି ଆସି, ଆସିଛନ୍ତି ବନ୍ଧୁ ଆମର, 

ମୁଖରେ ଭରି ହସ ହାତେ ଉପହାର,

ପ୍ରେମଭରେ ଉପହାର ଅମୂଲ୍ୟ ମୂଲ୍ୟ ଏହାର, 

ଯାହା କରେ ଆତ୍ମୀୟଙ୍କ ସ୍ନେହକୁ ଅତି ମଧୁର l


ଘରେ ଆସି ଉପସ୍ଥିତ ଶହେ ଅତିଥି, 

ସ୍ଵାଦିଷ୍ଟ ବ୍ୟଞ୍ଜନ ରନ୍ଧା ମା' ନ ପାସରନ୍ତି ,

ଖିରି ପୁରି ପିଠା ସହ ପକୁଡ଼ି ଚଟଣି

ଅଧା ଖାଇ ଉଠିଗଲେ ଥୟ ମା'ଙ୍କ କହୁଣୀ l


ଆସେ ଶେଷରେ ବିଦାୟର କ୍ଷଣ,

ଚେହେରାରେ ଥାଏ ଛୋଟ ଏକ ଭାବ ମ୍ଳାନ l

କିନ୍ତୁ ମନେ ରହିଯାଏ ସଭିଙ୍କ ସ୍ନେହ ଆଦର, 

ସଦା ଏହି ସୁଖସ୍ମୃତି ମଧୁର ଜନ୍ମଦିନର l


ଆଉ ଏକ ବର୍ଷ ବଢିଲା ବୟସ, 

ନୂଆ ଦାୟିତ୍ଵ ନୂଆ ଅନୁଭୁତିର ଆଶା,

ଆଗାମୀ ଜୀବନପଥ ହେଉ ଉଜ୍ୱଳ ସୁନ୍ଦର,

ପ୍ରଶାନ୍ତର ପ୍ରଶାନ୍ତ ମନରୁ ଛୁଟେ ଶୁଭେଚ୍ଛା ଏହି ଜନ୍ମଦିବସର ll

 ll ଧନ୍ୟବାଦ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract