STORYMIRROR

Gobinda Chandra Sethi

Comedy Inspirational

4  

Gobinda Chandra Sethi

Comedy Inspirational

ସମୃଦ୍ଧି

ସମୃଦ୍ଧି

1 min
19

ଶୁଣଲୋ ସଜନୀ କହୁଛି କଥା

      ବଢ଼ିବ ସମୃଦ୍ଧି ହଟିବ ବ୍ୟଥା।


ଆଭୂଷଣ କଲେ ଶିକ୍ଷା ସମୃଦ୍ଧି

      ବିପଦେ ଆପଦେ ରଖଇ ବାନ୍ଧି।


କରେ ଉଦ୍ଭାବନ ନୂତନ ଜ୍ଞାନ

     ଦେଶକୁ ଦିଅଇ କେତେ ସମ୍ମାନ।


ଜ୍ଞାନ ଥିଲେ ସବୁ ହୁଅଇ ସିଦ୍ଧି 

    ସମୃଦ୍ଧିରେ ଆମେ ହେବା ପ୍ରସିଦ୍ଧି ।


ଅନ୍ୟାୟେ ସମୃଦ୍ଧି ହୋଇବ ହତ

     ଲକ୍ଷ୍ୟ କରିଦେବ ଆମେ ବିବ୍ରତ।


ସମୃଦ୍ଧି ବଢିଲେ ବନ୍ଧୁଙ୍କ ଭିଡ଼

      ବିପତ୍ତି ଆସିଲେ ଚିହ୍ନୁ ନିବିଡ଼ ।


ଧନ ଥିଲେ ମନ ଯାହାର ନାହିଁ

   ତା'ପାଖୁ କେବେ ତୁ ଧାଇଁବୁ ନାହିଁ ।


ଜ୍ଞାନଟାକୁ ତୋର କରିବୁ ଘର

    ସବୁ ହୋଇଯିବେ ତୋର ନିଜର ।


ଚୋରି ହେବନାହିଁ ଆମ ସମ୍ପତ୍ତି

      ଜ୍ଞାନ ସମୃଦ୍ଧିଟା ରହିଲେ କତି ।


ଧନ୍ୟ ଧନ୍ୟ ଆମ ଜ୍ଞାନ ସମୃଦ୍ଧି 

     ସେଥିପାଇଁ ବୁଢ଼ୀ ମୋ ପ୍ରତିନିଧି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy