STORYMIRROR

Saroj Satpathy

Comedy

4  

Saroj Satpathy

Comedy

ଥାଆନ୍ତା ଯଦି ଲାଞ୍ଜ

ଥାଆନ୍ତା ଯଦି ଲାଞ୍ଜ

1 min
22.8K

ଆ........ହା....ହା....ହା....

ଥାଆନ୍ତା ଯଦି ମଣିଷର ଲାଞ୍ଜ 

କେତେ ଭଲ ହେଇଥାନ୍ତା !!

ଏ କଥା ନିହାତି ସ୍ପଷ୍ଟ.....ଯେ

ଅନାବଶ୍ୟକ ଭାବି

ମନୁଷ୍ୟ ତା ଲାଞ୍ଜଟିକୁ

ମୂଳରୁ ହିଁ କରିଥିଲା ନଷ୍ଟ

ଆଜି ଲାଞ୍ଜ ବିହୀନ ମଣିଷ

ଲାଞ୍ଜଯୁକ୍ତ ପ୍ରାଣୀ ଦେଖି

ମନେ ମନେ ଝୁରୁଛି ଅବଶ୍ୟ


ମଣିଷର କ୍ରମ ବିକାଶରେ

ଯଦ୍ଯପି ଲାଞ୍ଜଟି ବିଲୁପ୍ତ

ଲାଞ୍ଜର ସମସ୍ତ କାର୍ଯ୍ଯ

ଅନ୍ଯ ଇନ୍ଦ୍ରିୟରେ ପ୍ରସାରିତ

ତେଲାତେଲି,ହସଖୁସି ଠାରୁ

ଖୁସାମଦି,ରାଗରୁଷା ନେଇ

ସକଳ କାର୍ଯ୍ୟରେ ଲାଞ୍ଜ

ନିଶ୍ଚେ ଥା'ନ୍ତା ଆଗଚଲା ହୋଇ


ଅନ୍ଯ ପ୍ରାଣୀ ପରି ନର

ଲାଞ୍ଜ ପାଇଁ ହୁଅନ୍ତା ଗର୍ବିତ

ଲାଞ୍ଜକୁ ହଲାଇ ଶ୍ବାନ

ଯେହ୍ନେ କରେ ନିଜ ଖୁସି ବ୍ଯକ୍ତ

ବାସ୍ତବରେ ଯଦି ଲାଞ୍ଜ

ରହିଥାନ୍ତା ମନୁଷ୍ୟ ପଛରେ

ହନୁମାନ ଠୁଁ ବି ନର

ହେଇଥାନ୍ତା କିର୍ତ୍ତୀମାନ ଲାଞ୍ଜ ମାହାତ୍ମ୍ୟରେ


ଲାଞ୍ଜ ବି ମନୁଷ୍ୟ ପାଇଁ

ହୋଇଥାନ୍ତା ଅର୍ଥକରି ଚିଜ

ଯତ୍ନ ପାଇଁ ଖୋଲିଥାନ୍ତା

ଲାଞ୍ଜ ପାଇଁ ସେଲୁନ,ମସାଜ

ନିଦାନ ପାଇଁ ସର୍କାର

ଖୋଲିଥାନ୍ତେ ସ୍ବତନ୍ତ୍ର ବିଭାଗ

ହାସପାତାଳେ ରୁହନ୍ତେ

କେତେ କେତେ ଲାଞ୍ଜ ବିଶେଷଜ୍ଞ


ସୁସ୍ଥ,ଲମ୍ବା ଲାଞ୍ଜ ପାଇଁ

ହୋଇଥାନ୍ତା କେତେ ଯେ ଭିଆଣ

ବିଶ୍ବସୁନ୍ଦରୀ ବଦଳେ...ଚାଲିଥାନ୍ତା

ଲାଞ୍ଜସୁନ୍ଦରୀର ଆୟୋଜନ

ହାୟ....ଏବେ ଝୁରିଲେ କି ଆଉ

ଫେରି ଆସିବ କି ଆମ୍ଭ ଲାଞ୍ଜ

ଯଦି ଅଛି ସମ୍ଭାବନା ?

ବୈଜ୍ଞାନିକ ମାନେ ଟିକେ ହେଜ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy