Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Comedy

3  

Aparti Charan Sethi

Comedy

ମଦୁଆ ବିଚାର

ମଦୁଆ ବିଚାର

2 mins
262


ମଦ ପିଉ ପିଉ ମଦୁଆମାନଙ୍କ

  ଚାଲୁଥିଲା ଯେ ବିଚାର 

ଦି' ବର୍ଷ ହେଲା ଗଜଲକ୍ଷ୍ମୀ ପୂଜା

  ନାହିଁ ଆଉ ଜମଦାର୍।


ଯେଉଁ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା

  ସବୁଠାରୁ ଯେ ଫେମସ 

ଆଜି ଶୂନ୍‌ଶାନ୍ ମଶାଣୀ ଲାଗୁଛି

  କାହା ଓଠେ ନାହିଁ ହସ।


ଚାରି ଫୁଟ କମ୍ ଠାକୁରାଣୀ ମୂର୍ତ୍ତି

  ଯେମିତିକି ଭାଲୁକୁଣି  

ପାଣିଚିଆ ଲାଗେ ଗଜଲକ୍ଷ୍ମୀ ପୂଜା

  ମେଲୋଡି ବି ଆସିଲାନି।


ସିଏ କେଉଁ ପୂଜା ଯେଉଁ ମଣ୍ଡପରେ

  ଆଖି ଦୃଶା ଗେଟ୍ ନାହିଁ 

ବାଜାପାର୍ଟି କଲ୍ ନାହିଁ ଯେଣୁ ପୂଜା

  ପୂଜାଭଳି ଲାଗୁନାହିଁ।


ବଡ଼ ମୂର୍ତ୍ତି କାଳେ ତିଆରି କରିଲେ

  ବେଶୀ ଟଙ୍କା ଖର୍ଚ୍ଚ ହେବ 

ଶିଙ୍ଗବାଜା କିବା ଡିଜେଡ୍ୟାନ୍ସ ହେଲେ

  ବେଦ ଅଶୁଦ୍ଧି ହୋଇବ!


ଦୁଇ ବର୍ଷ ହେଲା ମଣିଷ ଟିକିଏ

   ମେଲଣ ମଜା ନେଲାନି 

କି ରଙ୍ଗବତୀଆଉ ନାଗୀନି ଗୀତରେ

   ଗୋଡ଼ ଟିକେ ଉଠିଲାନି।


ଏକାଠି ହୋଇକି ମଦ ପିଇବାକୁ

   ପୁଣି ଯେତେ କଟକଣା 

ମୁହେଁ ତୁଣ୍ଡି ବନ୍ଧା ବଳଦ ଭଳିଆ

   କେତେ ବୁଲୁଥିବା ଘଣା?


ଜୀବନରେ ଯଦି ମଦ ପାଣି ଆଉ

  ସ‌ଉକର ମଜା ନାହିଁ 

ଯେତେ ଯାହାଥିଲେ ସବୁ ମୂଲ୍ୟହୀନ

  ଇଏ କି ଜୀବନ ଭାଇ?  


ନା ଆଉ ଏଠି ସହି ହେବ ନାହିଁ

   କିଛିଟା ପ୍ଲାନ୍ କରିବା 

ଆମ ହସଖୁସି ଯିଏ ଛଡାଇଛି

  ତାକୁ କେବେ ନ ଛାଡିବା।


ଜଣେ ମଦୁଆଟି କହୁଛି ହେ ଭାଇ

  ସେହି ଲୋକ ଏଠି କିଏ 

ଆଉ ଜଣେ କୁହେ ଅସଲ ଆସାମୀ

   ସେ ପରା କରୋନାଟିଏ।


ଆରେ ଭାଇ ତାକୁ କେଉଁଠୁ ପାଇବା

   ସେ କଥା ବିଚାର କର 

ଯୋଉଠି ପାଇବା କରୋନାକୁ ଆମେ

  ଚଢେଇବା ଧୂମ୍ ମାଡ଼।


ଏଇ ସବୁ କଥା ମଝିରେ ମଝିରେ

  ମଦ ପେଗ୍ ଚାଲୁଥାଏ 

ସଭିଏଁ ନିଶାରେ ଟଳମଳ ପାଦ

  ସିଧା କିବା ପଡୁଥାଏ?


କରୋନା କେଉଁଠି ଭେଟ ହେ ମିଳିବ

  ସେଇ କଥା ଚିନ୍ତା କର 

ଜଣେ କହୁଅଛି ଟୀକା ଦେବା କେନ୍ଦ୍ର

  ସେଇଠି ଦେଖିବା ଚାଲ।


ଯାଇ ପହଞ୍ଚିଲେ କରୋନା କେନ୍ଦ୍ରରେ

  ଯହିଁ ଟୀକା ଦିଆ ହୁଏ 

ଟୀକା ନେବାପାଇଁ ବହୁତ ଲୋକଙ୍କ

  ଲାଇନ୍ ଯେ ଲାଗିଥାଏ।


ମଦୁଆ ଦଳଟି ଗର୍ଜନ କରିଲେ

  ଦେଶୀ ଓଡ଼ିଆ ଭାଷାରେ 

ବାହାରିଆ ଆରେ ଡିଆସ୍ କରୋନା

  ଲୁଚିଛୁ କାହିଁ ଭିତରେ?


କୋଉ ବାପ ତୋର ପିଠିରେ ପଡ଼ିବ

  ଆଜି ଦେଖାଦେଖି ହେବ 

ଦୁଇ ବର୍ଷ ହେଲା ଆମ ସମସ୍ତଙ୍କୁ

  ଦେଲୁଣି ବହୁତ ନାମ।


ଏ ରୋଲ୍ ଦେଖି ଲୋକମାନେ ସେଠି

  କୁହାକହି ହେଉଥାନ୍ତି 

ୟାଙ୍କ ଡାକରେ କି କରୋନା ଆସିବ

  ସତେ ମଣିଷ ଯେମିତି।


ସରପଞ୍ଚ ବାବୁ ଥିଲେ ସେ ଜାଗାରେ

  ତାଙ୍କୁ ବୁଝାମଣା କଲେ 

ଦିଦିଙ୍କୁ ସେ କହି ମଦୁଆ ମାନଙ୍କୁ

  ଟୀକି ଗୁଡା ଫୋଡାଇଲେ।


ବୁଝାଇ କହିଲେ କରୋନା ଏମିତି

  ସୂକ୍ଷ୍ମ ଭୂତାଣୁଟି ସେହି 

ଖାଲିଆଖିରେ ତ ଦିଶେନାହିଁ ହେଲେ

  ବହୁ ପ୍ରାଣ ନିଏ ଭାଇ।


ସଙ୍କ୍ରମଣ ତାର ରୋକିବା ପାଇଁକି

  କଟକଣାମାନ ଯେତେ 

ତୁମେ କେବେ ତାକୁ ଦେଖିପାରିବନି

  ଧରି ମାରିବ କେମନ୍ତେ? 


ତୁମେ ଆଗ ମୁହେଁ ମାସ୍କ‌ଟି ପିନ୍ଧ

  ଦୂରତା ମେଣ୍ଟେନ କର 

ଆଉ ଅଳ୍ପ ଦିନେ କରୋନା ମରିବ

  ଅପର୍ତ୍ତିର ଏ ବିଚାର।



Rate this content
Log in

Similar oriya poem from Comedy