STORYMIRROR

BISWESWAR MAJHI

Comedy Drama

3  

BISWESWAR MAJHI

Comedy Drama

ଦଣ୍ଡ ନାଚରେ ସାମ୍ପ୍ରତିକ

ଦଣ୍ଡ ନାଚରେ ସାମ୍ପ୍ରତିକ

2 mins
270


ପ୍ରଥମେ ବନ୍ଦିଲି ଗଣ ଦେବତା ମୁଁ ଦ୍ୱିତୀୟେ ଜଗତ ନାଥ

ତୃତୀୟେ ବନ୍ଦିଲି ସାରଳା ମାତାଙ୍କୁ ଦେଖାଇବ ମତେ ପଥ ।

ସୁନି ବୋଉ ସୁନେଇଲୋ ଦେଖାଇବ ମତେ ପଥ ।


କରୋନା ଆତଙ୍କେ ଗୃହବନ୍ଦୀ ହୋଇ ଘରୁ ବାହାରିବା ମନା

ଭାରି ସ୍ୱାଭିମାନୀ ବିନା ନିମନ୍ତ୍ରଣେ ଘରକୁ ସିଏ ଆସେନା ।

ଗୁନା ବାପା ଗୁନିଆଁରେ ଘରକୁ ସିଏ ଆସେନା ।


ବିପତ୍ତି ବେଳରେ ଦ୍ୱିତୀୟ ଈଶ୍ବର ଡାକ୍ତର ସେବକ ଦଳ

ପୁଲିସ୍ ଫଉଜ ଛାଡିଣ ମଉଜ ପଥେ ଛିଡା ଦଳ ବଳ ।

ସୁନି ବୋଉ ସୁନେଇଲୋ ପଥେ ଛିଡା ପଥେ ଛିଡା ଦଳବଳ ।


ସଫେଇ କର୍ମୀଙ୍କ କି ଗୁଣ ଗାଇବି ଡର ଭୟ ମନୁ ଛାଡି

ପରିମଳ ସେବା ବ୍ରତ କରିଛନ୍ତି ମୁହଁରେ ଲୁଗାକୁ ଭିଡି ।

ମୀନା ବାପା ମକରାରେ ମୁହଁରେ ଲୁଗାକୁ ଭିଡି। 


ସାମ୍ବାଦିକ ଭାଇ ଟିଆରପି ପାଇଁକି ଛକ ଯାଗାରେ କ୍ୟାମେରା

କେତେ ଦୁଖୀଲୋକ ଘରେ ସଢୁଛନ୍ତି କିଏ ଦେଉଛି ପହରା !

ଧନୀ ବୋଉ ଧନେଇ ଲୋ କିଏ ଦେଉଛି ପହରା !


ସ୍ୱେଛାସେବୀ କିଛି ଦୁଃଖୀ ମଣିଷଙ୍କୁ ବାଣ୍ଟୁଛନ୍ତି ରନ୍ଧା ଖାଦ୍ୟ

ପଶୁପକ୍ଷୀ ଗାଇ ଗୋରୁଙ୍କୁ ପରିବା ମନରେ ଚିନ୍ତି ଆରାଧ୍ୟ। 

ଗୁନା ବାପା ଗୁନିଆଁ ରେ ମନରେ ଚିନ୍ତି ଆରାଧ୍ୟ। 


ସମାନତା ଆଜି ଆସିଛି ସମାଜେ କେହି ନୁହେଁ ଟି ମାଲିକ

କାହା ଘରେ ନାହିଁ ବାଇ ରୋଷେଇଆ କେହି ମାଗେ ନାହିଁ ଭିକ ।

ମନୁ ବୋଉ ମିତଣିଲୋ କେହି ମାଗେ ନାହିଁ ଭିକ ।


ମାଛ ମାଂସ ତିନି ତିଅଣ ନହୁଏ ଖାଇବା ଏକ ପ୍ରକାର

ଚୋରୀ ଡକାୟତି ଜନାକାରୀ ଭୁଲି ଶାନ୍ତିରେ କାଟନ୍ତି କାଳ ।

ଡାକ ବାପା ଡାକୁଆରେ ଶାନ୍ତିରେ କାଟନ୍ତି କାଳ ।


ଦେଖି ଦେଖି ଗୁଣୀଜନେ କହୁଛନ୍ତି ଆସିଲାଣି ସତ୍ୟ ଯୁଗ

କଳି କାଳ ସରି ସରି ଆସିଲାଣି ଯୁଗ ଅନୁସାରେ ଭୋଗ ।

ରାନୀ ବୋଉ ରୁନେଇଲୋ ଯୁଗ ଅନୁସାରେ କାଳ ।


ଲକ୍ ଡାଉନ୍ ଟା ଅଣସର ପରି ନୂତନ ସୃଷ୍ଟି ସର୍ଜନା

ବନ୍ଦ ଦେଉଳରେ ଦିଅଁ ଗଢାହେବେ ଘର ଖୋଲିବାକୁ ମନା ।

ଟୁରା ବାପା ଡହରାରେ ଘର ଖୋଲିବାକୁ ମନା। 


କବାଟ ଖୋଲିଲେ ଅଧା ଗଢା ଦିଅଁ ହୋଇବେ ଅପାଣି ପାଦ

ଅସୁଆଦ ହେଉ ରୋଗକୁ ଔଷଧ ଖାଇବାକୁ ପଡେ ଗଦ ।

ମିନି ବୋଉ ଗୁନେଇଁଲୋ ଖାଇବାକୁ ପଡେ ଗଦ। 


ଅସମୟ ବେଳ କରୋନା ନାଆଁରେ କିଛି ଲେଖିବାକୁ ମନା

ସାହିତ୍ୟ ଲେଖିବା ସଚେତନ ବାର୍ତ୍ତା ବାରଣ ନକର ନନା ।

ମଧୁ ବାପା ମାଧିଆରେ ବାରଣ ନକର ନନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy