STORYMIRROR

Kali Kumar

Abstract Comedy

3  

Kali Kumar

Abstract Comedy

ଯୌତୁକ ମିଳେ ପାଠରୁ: ଭାଗ ୧

ଯୌତୁକ ମିଳେ ପାଠରୁ: ଭାଗ ୧

2 mins
159

ଯୌତୁକ ମିଳେ ପାଠରୁ

ଏକଥା ଶୁଣିଛି ଗାଁ ଲୋକଙ୍କଠାରୁ;

ଗାଁ ଲୋକଙ୍କ କଥାକୁ କିଏ ବା କରୁଛି ବିଶ୍ୱାସ

ତାଙ୍କ ମନ ହେଲେ, ଦେଖାଇ ପାରନ୍ତି ଜହ୍ନ,

ରାତି ହୋଇଥିଲେ ବି ଉଆଁସ,ରାତି ହୋଇଥିଲେ ବି ଉଆଁସ,

ତେଣୁ ତାଙ୍କ କଥାକୁ କିଏ ବା କରୁଛି ବିଶ୍ୱାସ !! 


କିନ୍ତୁ ! ଦିନେ କ୍ଳାସରେ ପରିହାସ ଛଳେ

ଅବଧାନ କହିଲେ,

" ହଁ ! ସତ କଥା, ପାଠରୁ ହିଁ ଯୌତୁକ ମିଳେ " 


ସପ୍ତମ ପାସ୍ ପାଇଁ 

ହାତ ଘଡ଼ି, ପାଦ ବୁଲା ଦି' ଚକିଆ ଗାଡ଼ି (ସାଇକେଲ)

ସାଙ୍ଗକୁ ବାକ୍ସ ରେଡୁଅର ବିଧାନ,

ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ବୁଝାଇ କହୁଥିଲେ

ଗାଁ ଇସ୍କୁଲର ମହାପାତ୍ରେ ଅବଧାନ ।। 


ଦଶମ, ଦ୍ୱାଦଶ ପାଇଁ,

ସପ୍ତମ ସାଙ୍ଗକୁ,ଅଧିକ ଗୋଟିଏ ତୈଳ ଚାଳିତ ଫଟଫଟି (ମଟର ଗାଡ଼ି)

ସାଙ୍ଗରେ ବାଟ ଖର୍ଚ୍ଚ ବାବଦକୁ,ଆର୍ଥକ ରାଶି ବି ମିଳିପାରେ,ମୋଟାମୋଟି

ଆଉ ରହିଲା ଖଟ,ପଲଙ୍କ,ଆସବାବପତ୍ର, ହାଣ୍ଡି କଢେ଼ଇ ବାଲଟି

ସେଗୁଡ଼ିକ ବା ଯୌତୁକରେ ଗଣା ହେଉଛି, କେଉଁଠି ? 


ଅବଧାନଙ୍କଠୁ ଏମନ୍ତ ଯୌତୁକ ଉପାଖ୍ୟାନ ଶୁଣି

ମନେ ମନେ ହେଉଥିଲି ଗୁଣି, 

ବୋଧେ , ପାଠ ଆଉ ଯୌତୁକ ମଧ୍ୟରେ

ଡାଇରେକ୍ଟ୍ ପ୍ରୋପରସୋନାଲ୍ ରିଲେସନ

ତେଣୁ ଯୌତୁକ ପାଇଁ ଆଜିଠୁ,

ପାଠ ପଢ଼ିବାକୁ ହେବ ଦେଇ ମନ ଧ୍ୟାନ, ଦେଇ ମନ ଧ୍ୟାନ ।। 


ପୁଣି ଯୌତୁକକୁ ଇଂରାଜୀରେ କୁହନ୍ତି କାଳେ, 'ଡାଉରି'

ଅର୍ଥାତ୍ , 

ଇଂଲିଶ ପଢ଼ିଲେ, ଯୌତୁକ ମିଳିବ ଭାରି ଭାରି (ଦାମି ଏବଂ ଅଧିକ)

କରିବାକୁ ହେଲେ ଭାରି ଭରକମ ଯୌତୁକର ଦାବି

ପାଠ ହେଉଛି, ସେଥିପାଇଁ ଏକମାତ୍ର ସର୍ବୋତ୍ତମ ଚାବି 

ତେଣୁ ଯୌତୁକଟା ଗୋଟେ ସ୍ୱତନ୍ତ୍ର ବିରଳ ଦରବ

ତାକୁ ପାଇବାକୁ ହେଲେ; ମୋତେ,

ନିଶ୍ଚେ, ଅଧିକ ପଢ଼ିବାକୁ ହେବ

ନିଶ୍ଚେ, ଅଧିକ ପଢ଼ିବାକୁ ହେବ ।। 


ତେଣୁ ପଢ଼ି ପଢ଼ି ପି ଏଚ ଡ଼ି ଯାଏଁ ପହଞ୍ଚିଗଲି,

ପି ଏଚ ଡ଼ିରେ ପାଠର ପ୍ରୟୋଗ ପାଇଁ , ମନସ୍ତ କଲି 

ଯେଉଁଥି ପାଇଁ ପଢ଼ୁଥିଲି, 

ପାଠ ସେ କ୍ଷେତ୍ରରେ ପ୍ରୟୋଗ କରିବା ନିହାତି ଦରକାର

ନହେଲେ ଏତେ ପଢ଼ି , କଣ ବା ଲାଭ ? ପାଠ ପୁରାପୁରି ବେକାର,

ତେଣୁ ପାଠଟା ପ୍ରାୟୋଗିକ ହେବା ନିହାତି ଦରକାର

ତେଣୁ ପାଠଟା ପ୍ରାୟୋଗିକ ହେବା ନିହାତି ଦରକାର ।। 


ଏବେ ପି ଏଚ ଡ଼ି କାମ ଚାଲିଛି,

ଯଦି ପ

ଯାହାଙ୍କ ଘରେ, ପି ଏଚ ଡ଼ି କୁ ଭାବୁଛନ୍ତି, ପାଣି ପାଇପ୍ ରିପ୍ୟାରିଙ୍ଗ୍ ଵାଲା

ତାଙ୍କ ଘରୁ କି ଯୌତୁକ ମିଳିପାରେ ଭଲା ?

ଏପ୍ରକାର କଥାରେ ମୁଣ୍ଡ ଆଉଁସି,

କଳେ ବଳେ କୌଶଳେ, ସେଠୁ ଗଲି ମୁଁ ଖସି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract