STORYMIRROR

Kali Kumar

Abstract Comedy Tragedy

3  

Kali Kumar

Abstract Comedy Tragedy

ରାହା ଧାରା ପାଠ

ରାହା ଧାରା ପାଠ

2 mins
220

ନାହିଁ ଆଉ ଆଗ ଭଳି ଚାଟଶାଳୀ କିମ୍ବା ଆଗ ପରି ଚାଟ

ଆଉ ଶୁଭୁନାହିଁ ଗାଁ ଶେଷ ମୁଣ୍ଡ ସ୍କୁଲରୁ ରାହା ଧାରା ସେ ପାଠ

ଅ,ଆ, ବାପ ମାଆ, ଶୀତୁଆ ସକାଳେ ଶୁଖୁଆ ପୋଡ଼ି ପଖାଳ ଖା'

କୌତୁକିଆ ହରଣୀ ଛୁଆ, ମା' ପାଖରେ ହୋଇଛି ଠିଆ

ତାକୁ ଧରିବ ଯିଏ, ମୋ ଧନ ପରିକା ସାହସୀ ହେବ ସିଏ

ମୋ ଧନ ପାଠ ପଢିବ, ବିଲାତ ଯିବ

କାଳିଆ ଘୋଡ଼ାରେ ଚଢ଼ିବ, ମଧୁବାବୁ ସଂଗେ ଲଢ଼ିବ 

ଏମିତି ଆହୁରି କେତେ ରାହା ଧରା ପାଠ

ବୁଝୁକି ନ ବୁଝୁ, 

ମାଷ୍ଟ୍ରେ ପଛକୁ ରାହା ଧରି ଉଚ୍ଚ କଣ୍ଠରେ ଘୋଷି ପକାଏ ଚାଟ ।।


ଏକ ପୁତ, ଦୁଇ ସଙ୍ଗାତ,ତିନି ତିନିକା,ଚାରି ଚାଉଳ,ପାଞ୍ଚ ବଉଳ, ଛ' ପଇତା, ସାତ ହାଟ

ଦୁଇ ଏକେ ଦୁଇ, ଦୁଇ ଦୁ'ଗୁଣେ ଚାରି, ଦୁଇ ତିରିକି ଛ',ଦୁଇ ଚଉ ଆଠ

ଏସବୁ ହିଁ ଆମ ସମୟର ପାଠ ।।


କାହିଁ ଗଲା ସେ ଦିନ

କୁଆଡ଼େ ଗଲେ ସେ ମାଷ୍ଟ୍ରେ

ଆଉ କାହିଁ ଗଲା ସେ ପାଠ

ଏବେ ତ ସ୍କୁଲ ମଧ୍ୟରେ ଲାଗିଛି ଖାଇବା ହାଟ

ଆଗରୁ ମଧ୍ୟାହ୍ନ ଭୋଜନ,

ଏବେ ପୁଣି ବ୍ରେକଫାଷ୍ଟ ବ୍ୟବସ୍ଥା ହେଉଛି

ମିଛୁଟାରେ ଖାଲି ଆମ ନବୀନ ଭାଇ ଅପବାଦ ସବୁ ସହୁଛି

"ଶିକ୍ଷାର ସ୍ତର ନିମ୍ନକୁ ଯାଇଛି"ବୋଲି ଅପଜିସନ ଖାଲି କହୁଛି 

କିନ୍ତୁ ସରକାରଙ୍କ ନୀତି ନିୟମ ପଛର,

ଗୁଡ଼ ରହସ୍ୟ କି କେହି ବୁଝୁଛି

ଖାଲି ମିଛୁଟାରେ ଯାହି ତାହି ଅପବାଦ 

ତାଙ୍କ ମୁଣ୍ଡେ ବୋଳା ହେଉଛି ।।


ଆଜି ସ୍କୁଲରୁ ଖାଇ ଶିଖିଥିଲେ କାଲି ଦେଶକୁ ସିନା ଖାଇବେ

ଖାଇବା ପାଠଟା ମୂଳରୁ ନ ଶିଖିଲେ, ନୂତନ ଭାରତ କେମିତି ଗଢ଼ିବେ ?

ଆମେ ତ ଜାଣିଛେ, 

"ତୁଳସୀ ଦୁଇ ପତ୍ରରୁ ବାସେ" ଆଉ

"ନମ୍ରତା ଘରରୁ ହିଁ ଆସେ "

ସ୍କୁଲଠୁ ଭଲ ଘର କ'ଣ ଦୁନିଆରେ ଆଉ ରହିଛି

ତେଣୁ ଖାଇବା ବ୍ୟବସ୍ଥା ସ୍କୁଲରେ ହିଁ ଆରମ୍ଭ ହୋଇଛି 

ଆରେ ! ମୂଳଟା କଞ୍ଚା ରହିଲେ ଅଗଟା ଭୁଶୁଡ଼ି ପଡ଼ିବ

ଯାହାବି ହେଉ , 

ଏସବୁ ପାଠ ମୂଳରୁ ହିଁ ଶିଖିବାକୁ ପଡ଼ିବ, ବୋଲି

ବୋଧେ ସର୍କାର କରିଛନ୍ତି ଏମିତି ବ୍ୟବସ୍ଥା

ନହେଲେ 10ଟା ସମୟରେ କେମିତି କରିବ ବ୍ରେକଫାଷ୍ଟ !

ପୁଣି ପରେ ପରେ ମଧ୍ୟାହ୍ନ ଭୋଜନ, 

ପୋକରା ଡାଲିକୁ, ପ୍ଲାଷ୍ଟିକ ଅଣ୍ଡାର ତିଅଣ

ଗୋଟିଏ ପରେ ଗୋଟିଏ ଖାଇଲେ ହେବ ନାହିଁ କି ଅଜୀର୍ଣ୍ଣ

ତେଣୁ ଭବିଷ୍ୟତରେ ଅଜୀର୍ଣ୍ଣ ନ ହେବା ପାଇଁ

ସର୍କାର ! ବୁଝି ବିଚାରି ଏମିତି ପ୍ଲାନ୍ ଆସିଛନ୍ତି ନେଇ,

ଏବେଠୁ ଖାଇ ପିଇ ଜୀର୍ଣ୍ଣ ଶକ୍ତି ବୃଦ୍ଧି କରିଲେ ଆଗକୁ ଆସୁବିଧା ହେବ ନାହିଁ

ସବୁ ଦୃଷ୍ଟିରୁ ଚିନ୍ତି, ସର୍କାର, ବୋଧେ ; ଏମିତି ପ୍ଲାନ୍ ଆସିଛନ୍ତି ନେଇ ।।


ଏମିତି ବ୍ୟବସ୍ଥା ନୂତନ ସମ୍ଭାବନାର ନୂଆ ନୂଆ ଯେ ପଦ୍ଧତି

ଏହି ବାଟରେ ଦେଶର ହେବବା କେମିତି ଉନ୍ନତି

କାହିଁ ଗଲା ସେ ସତ୍ୟବାଦୀର ସତ୍ୟ,ନ୍ୟାୟ, ନୀତି

କୁଆଡ଼େ ଗଲା ସେ ମହାପୁରୁଷଙ୍କ ମହାନ ଦେଶ ଭକତି ।।


ସବୁ ନୀତି ଶିକ୍ଷା କେଉଁଠି ବଳି ପଡ଼ିଲା

ଏବେ ଦେଶର ଯେତେସବୁ ପାଣ୍ଠି, 

ମେକ୍ରୋରୁ ଯାଇ ମାଇକ୍ରୋରେ ମିଶିଲା

ଚାଟଶାଳୀରୁ ଚାଟ ଅଲଗା ହୋଇଲା

ଆଉ 'ଶାଳୀ' ଟା ରୂପ ବଦଳେଇ ଶୀଳା ପାଲଟିଲା

ସେହି ଶୀଳାର ଚାପରେ ବୋଧେ ସବୁ ସମାଧିସ୍ଥ ହେଲା ।।



Rate this content
Log in

Similar oriya poem from Abstract