ତୃୃୃୃୃୃତୀୟ ବାନର
ତୃୃୃୃୃୃତୀୟ ବାନର
ବହୁଦିନ ପ୍ରତୀକ୍ଷାର ଅନ୍ତେ
ବିଧାୟକ ମନ୍ତ୍ରୀ ଯେବେ ହେଲେ
ପ୍ରସନ୍ନ ମୁଦ୍ରାରେ ଗୃହେ
ଶଯ୍ୟାପରେ ଧୀରେ ଲୋଟିଗଲେ
ଦୁଇ କର୍ଣ୍ଣେ ହସ୍ତ ଦୁଇ
ମୁଦ୍ରିତ ସେ ଯୁଗଳ ନୟନ
ଉନ୍ମୁକ୍ତ କେବଳ ମୁଖ
ଆହା କି ସୁନ୍ଦର ବଦନ ॥
ଏତାଦୃଶ ମୁଦ୍ରା ଦେଖି
ପଚାରିଲି ଆହେ ମନ୍ତ୍ରୀବର
ସାଦୃଶ୍ୟ ଲାଗଇ ଯେହ୍ନେ
ଗାନ୍ଧିଜୀଙ୍କ ତିନୋଟି ବାନର
ଫରକ ମାତ୍ର ଏତିକି
ପାଟି ତୁମ ରହିଛି ଉନ୍ମୁକ୍ତ
ତୃତୀୟ ବାନର ଏଠି
ସତେ କ'ଣ ମାରିଲା ଚମ୍ପଟ ?
ମୁହଁ ଖୋଲା ରଖି ବୋଧେ
ସମାଜକୁ ଦେବ କି ବାରତା
ଅନ୍ୟାୟ ବିରୁଦ୍ଧେ ସ୍ବର
ତେଜିବାକୁ ମନେ କର ଚିନ୍ତା
ସ୍ମିତ ହସି ମନ୍ତ୍ରୀବର
କହିଲେ ଏ ନୂତନ ବିଚାର
ଗାନ୍ଧିଜୀଙ୍କ ଅନ୍ତେ ଲୁପ୍ତ
ତାଙ୍କ ସେହି ତୃତୀୟ ବାନର ॥
କରିଅଛି ଚକ୍ଷୁ ବନ୍ଦ
ଦେଖିବିନି କିଛି ଅତ୍ଯାଚାର
ଶୁଭିବନି କିଛି ବୋଲି
କାନ ବନ୍ଦ ସଦା ଥିବ ମୋର
ପାଟି ଖୋଲା ରଖିଥିବି
ଆସେ ଯଦି ବିରୋଧର ସ୍ବର
ଉଦରସ୍ଥ କରୁଥିବି
ମୃତ୍ୟୁ ଯାଏ ଦେଶ ପାଣ୍ଠି ମୋର ॥