Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Satpathy

Comedy

3  

Saroj Satpathy

Comedy

ଅନାସ୍ଥା ପ୍ରସ୍ଥାବ

ଅନାସ୍ଥା ପ୍ରସ୍ଥାବ

1 min
11



ତୁମେ ଆଉ ଜମା ଆଗପରି ନୁହଁ 

   ବଦଳି ଗଲଣି ପୂରା

ତୁମକୁ ନେଇ ମୋ ଏ ଘରସଂସାର 

    ଚାଲିବ କି କୁହ ପରା ?

ଗୋଟିଏ ବାକ୍ୟରେ ସ୍ବପତ୍ନୀ ଆମ୍ଭର

  ଅନାସ୍ଥା ଟେ ଦେଲେ ଥୋଇ

ଲାଗିଲା ଯେମିତି ମିଳିତ ଶାସନ

   ଆଜି ଯିବ ଶେଷ ହେଇ ॥

ଭାଙ୍ଗି ନ ଦେବାକୁ ଆମ ସରକାର

   କହିଲି ହେ ପ୍ରିୟତମା

ପଚିଶି ବରଷ ଭାଗିଦାରୀ ପରେ

   ମନରେ ଏ କି ଭାବନା ॥

ବଜାୟ ରହିଛି ବିକାଶର ଧାରା

   ଆମ ଶାସନ କାଳରେ

ପ୍ରଗତିର ପଥେ ଆମ ସରକାର

   ଅନାସ୍ଥା କେଉଁ ଆଳରେ ?

ବଳଦ ପରାୟେ ପତିଦେବ ତୁମ

    ସିଧା ଅଫିସରୁ ଘର

ସଂସାର ଜଞ୍ଜାଳ ସଞ୍ଜରୁ ସକାଳ

   ପତିଧର୍ମ ପାଳିବାର ॥

ଦାମ୍ପତ୍ୟରେ କେବେ ଆସି ନାହିଁ ଝଡ

    ହୋଇ ନାହିଁ ଶାନ୍ତିଭଙ୍ଗ

ବିପକ୍ଷ ପରିକା ଆଜି କିଆଁ ତୁମେ

    ଲଗାଉଛ ନବରଙ୍ଗ ॥

ନାରା ଦେଉଅଛ ଗଲିଣି ବଦଳି

   ନାହିଁ ଆଉ ଆଗ ପରି

ପଚାଶ ଟପିଲେ ବୟସଟା କ'ଣ

    ରହିବ ପଚିଶି ପରି ?

ଅର୍ଦ୍ଧଶତକରେ ତୁମେ ଉପନୀତ

   ହେଲାଣି କି ମତିଭ୍ରମ

ସଂସାର ଶାସନେ ଦାମ୍ପତ୍ୟ ଜୀବନେ

    ନ ଲଗାଅ ପ୍ରଶ୍ନ ଚିହ୍ନ ॥

ଶୁଣିସାରି ସବୁ କହିଲେ ଘରଣୀ

   ଫିକ୍ କିନା ହସିଦେଇ

ତୁତୁ ମେମେ ଟିକେ ନ ରହିଲେ କ'ଣ

    ଦାମ୍ପତ୍ୟ ଜୀବନ ସହି ?


Rate this content
Log in

Similar oriya poem from Comedy