Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Satpathy

Comedy

4  

Saroj Satpathy

Comedy

ପତ୍ନୀ ଏକ୍ସଚେଞ୍ଜ୍ ଅଫର

ପତ୍ନୀ ଏକ୍ସଚେଞ୍ଜ୍ ଅଫର

1 min
24.1K


ମହାପ୍ରଭୁ କହିଲେ ହେ ବତ୍ସ

ପତ୍ନୀ ସାଥେ ଯୁଝିଯୁଝି

ପଳାୟନପନ୍ଥୀ ସାଜି

ସବୁ ଦିନ ରହୁଅଛ କାହିଁକି ବିବଶ

ଆଜି ତୁମ ମନୋବାଞ୍ଛା କରିବି ମୁଁ ପୂର୍ଣ୍ଣ

ମାଗି ନିଅ ପତ୍ନୀ ଗୋଟେ

ଯେମିତି ଭାବିଛ ଚିତ୍ତେ

ବିଗତ ରାତିରେ ଦେଖିଥିବା ସପନ


ମାତ୍ର ଗୋଟେ ସର୍ତ୍ତାବଳୀ ଅଛି ତୁମ ଲାଗି

ପତ୍ନୀ ବଦଳେ ବାଡୁଅ

ଝିଅ ମାଗିବା ଅନ୍ୟାୟ

ପତ୍ନୀ ବଦଳରେ ପତ୍ନୀ ନିଅ ବର ମାଗି 

ସପନରେ ଦେଖିଥିଲ ଯେମିତି ଘରଣୀ

ଅବା କେଉଁ ନିରିମାଖୀ

ଅଛି ତୁମ ମନଲାଖି

ଇଚ୍ଛାମତେ କରିନିଅ ତୁମ ଅର୍ଦ୍ଧାଙ୍ଗିନୀ


ଶର୍ମା ବାବୁଙ୍କ ଘରଣୀ ଅତି ଉଚ୍ଚମନା

ଝଗଡା ସେ ନ କରଇ

ପତିଙ୍କୁ ସଦା ଦେଖଇ

ଇଚ୍ଛା ଯଦି ନେଇଆସ ନ ହୋଇ ବିମନା

କହିଲି ପ୍ରଭୁଙ୍କୁ ଭଲ ଶର୍ମାଙ୍କ ଘରଣୀ

ମାତ୍ର ବଦଖର୍ଚ୍ଚୀ ସିଏ

ତାକୁ ସମ୍ଭାଳିବ କିଏ

ଅଳପ ବେତନେ ତାକୁ ପାରିବିନି ଜିଣି


ବର୍ମା ବାବୁଙ୍କ ଘରଣୀ କଥା ମନେ ଭାବ

ଅଳପେ ସନ୍ତୁଷ୍ଟ ସିଏ

କା'ମନେ ଦୁଃଖ ନଦିଏ

ଦେଖ... ଯଦି ନେଇ ଆଣି ଚଳେଇ ପାରିବ !

ବର୍ମା ବାବୁଙ୍କ ଘରଣୀ ନିଶ୍ଚେ ସୁଗୃହିଣୀ

କହିଲି ପ୍ରଭୁଙ୍କ କାନେ

ନିର୍ଘାତ କାଳୀ ମା ଯେହ୍ନେ

ତାକୁ ନେଇ ମୋ ସଂସାର ଚାଲି ପାରିବନି


ଦେବଦୂତ ଜାଣିପାରି ମୋ ମନ ବେଦନା

କହିଲେ ତୁମ୍ଭ ପଡୋଶୀ

ମୃଗନୟନୀ, ରୁପସୀ

ବୁଦ୍ଧିରେ, ବିଦ୍ୟାରେ ସର୍ବଗୁଣେ ପରିପୂର୍ଣ୍ଣା

ପତ୍ନୀ ରୂପେ ବାଛିନିଅ ସେହି ରୂପସୀଙ୍କୁ

ଶାନ୍ତିରେ ସହାବସ୍ଥାନ

ମନୋବାଞ୍ଛା କର ପୂର୍ଣ୍ଣ

ବଦଳରେ ତୁମ୍ଭ ପତ୍ନୀ ଦିଅ ପଡୋଶୀଙ୍କୁ


ପଡୋଶିନୀ ପାଇ ପ୍ରଭୁ ହେବି ନିଶ୍ଟେ ଖୁସି

ହେଲେ ମୋ ହୁଣ୍ତି ଘରଣୀ

ହେଇଯିବ ପାଗଳିନୀ

ଯଦି ନେଇ ଯିବ ସେହି ମଦୁଆ ପଡୋଶୀ

ଦରକାର ନାହିଁ ପ୍ରଭୁ ବଦଳ ବେପାର

ମୋ ପାଇଁ ମୋ ପତ୍ନୀ ଭଲ

ହୁଏ ପଛେ କଲବଲ

ପରୀକ୍ଷା ନିଅନା ଆଉ ଆହେ ନିରାକାର



Rate this content
Log in

Similar oriya poem from Comedy